ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଭକ୍ତକବି ମଧୁସୂଦନଙ୍କ ସ୍ମୃତିଚାରଣ ଓ ସାରସ୍ୱତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଭକ୍ତକବି ମଧୁସୂଦନଙ୍କ ସ୍ମୃତିଚାରଣ ଓ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ‘ଓଡ଼ିଆ ସାହିତ୍ୟରେ ମଧୁସୂଦନ ରାଓ’ ଶୀର୍ଷକ ଆଲୋଚନା ସଂସଦର ସେକ୍ଟର-୭ ସ୍ଥିତ କାର୍ଯ୍ୟଳୟଠାରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ତାଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ ଓ ଗବେଷକ ଡ. ଉମାକାନ୍ତ ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥି ଯୋଗଦେଇଥିଲେ । ଓଡ଼ିଆ ସାହିତ୍ୟକୁ ମଧୁସୂଦନ ରାଓଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଶେଷ କରି ଭକ୍ତି ଗୀତ ଓ କବିତା ସମ୍ପର୍କରେ ଡ. ପଣ୍ଡା ଆଲୋକପାତ କରିଥିଲେ । ସେହିଭଳି କବି ଶତପଥି ତତ୍କାଳୀନ ଓଡ଼ିଶାରେ ଓଡ଼ିଆ ଭାଷା ଶିକ୍ଷା କରିବା ପାଇଁ ବର୍ଣ୍ଣବୋଧ ଓ ଶିଶୁବୋଧ ଭଳି ପୁସ୍ତକର ରଚନା ଓ ଏହାର ଆବଶ୍ୟକତା ଏବଂ ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ । ସଂସଦର ସଦସ୍ୟ ବିଭୁ ପ୍ରସାଦ ନାୟକଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉପସଭାପତି ରଶ୍ମିବାଳା ରାଉତରାୟ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ । ସଂସଦର ସାଧାରଣ ସଂପାଦକ ମନୋଜ ନନ୍ଦ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ସଂସଦ ପକ୍ଷରୁ ଆୟୋଜିତ ସାରସ୍ୱତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ କବି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ମନୋଜ୍ଞ କବିତା ପାଠ ଓ କବି ସବିତା ବସ୍ତିଆ ଏବଂ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମର ସହରର ବିଭିନ୍ନ ବର୍ଗର କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ । ଏଥିରେ ମଞ୍ଜୁଳା ରଥ, ସତ୍ୟନାରାୟଣ ଦାସ, ଦିବାକର ଦାସ, ବ୍ରଜେନ୍ଦ୍ର ଦାଶ, ନିକୁଞ୍ଜ ବିହାରୀ ଦାଶ, ସଞ୍ଜୀବ କୁମାର ଭୋଇ, ବ୍ରଜ ବିହାରୀ ଦାଶ, ସତ୍ୟବ୍ରତ ଦାସ, ରଙ୍କନିଧି ସେଠୀ, ଅଭିରାମ ପ୍ରଧାନ, ଗୀତାରାଣୀ ବେହେରା , ଚିତ୍ତରଞ୍ଜନ ବ୍ରହ୍ମା ଏବଂ ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ କବି ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନୂତନ ସଦସ୍ୟଭାବେ ଯୋଗଦେଇଥିବା ଶିକ୍ଷାବିତ ତଥା ଲେଖକ ପ୍ରବୀର କୁମାର ଦୁବେଙ୍କୁ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ ଓ ସଂସଦର ସଦସ୍ୟ ଓ କର୍ମକର୍ତ୍ତାମାନେ ସକ୍ରୀୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.