oom

ରୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ “ମାଟିର ମଣିଷ” ଉପନ୍ୟାସ ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ “ମାଟିର ମଣିଷ” ଉପନ୍ୟାସ ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବଲାଙ୍ଗିର ଯୁବୋଦୟର ଅଧ୍ୟାପକ ସନ୍ଦିପ କୁଅଁର ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ମାଟିର ମଣିଷ ଉପନ୍ୟାସରେ ଗାନ୍ଧୀବାଦୀ ଚେତନା ସଂପର୍କରେ ଆଲୋକପାତ କରିବା ସହିତ ମଣିଷର ବିଚାରବୋଧ ସବୁବେଳେ ଜୀବନ୍ତ ଓ ସମୟ କ୍ରମରେ ସେହି ବିଚାର ଆମର ସାମାଜିକ ଜୀବନ ତଥା ବ୍ୟକ୍ତି ଚେତନାକୁ ପ୍ରଭାବିତ କରେ ବୋଲି କହିଥିଲେ । ସ୍ୱାଧୀନତା ପୂର୍ବବର୍ତ୍ତୀ ଭାରତର ଅନ୍ୟତମ ମୂର୍ତ୍ତ ଚେତନା ମହାତ୍ମାଗାନ୍ଧୀଙ୍କ ବିଚାର ଚରିତ୍ର ମାନଙ୍କର ଭିତରେ କିପରି ପ୍ରକାଶିତ ହୋଇଛି, ତାହାକୁ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଟିର ମଣିଷ ଅଙ୍ଗୀଭୂତ କରିଥିବା କଥା ଆଲୋଚନା କରିଥିଲେ । ଏଥିରେ ଛାତ୍ର ବିରେନ୍ଦ୍ର ତ୍ରିପାଠୀ, ଛାତ୍ରୀ ଝରଣା ସାହୁ, ସାଗରିକା ପୋଢ, ଲିଲିମା ନାଏକ, ନିକିତା ପଧାନ, ରୁବି ଧରୁଆ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ସଂପାନ ସଭାକୁ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଂଯୋଜନା କରିଥିବାବେଳେ ଅଧ୍ୟାପକ ବାମଦେବ ମେହେର ଓ ଡକ୍ଟର ସୋମନାଥ ପଧାନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଛାତ୍ରୀ ବିନୋଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.