ସହିଦ ସଲାମ : ଥବିର ବୁଡେକଙ୍କୁ ଏବେବି ଝୁରୁଛି ଗାଁ ମାଟି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜୀବନ ଦୀପଟିଏ ପରି ଜଳୁଥାଏ । ଆଲୋକ ଟିଏ ଲିଭିଗଲେ ଅନ୍ଧାର । ହେଲେ ଯେଉଁ ଦୀପ ଲିଭିକି ବି ଆଲୁଅ ଭରେ ସେ ଦୀପର ନାଁ ସହିଦ । ସହିଦ ଥବିର ବୁଡେକ । ମାଟିର ପୁଅ ଥବିର ବୁଡେକ ଦେଶ ମାତୃକାର ସେବା ପାଇଁ ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇଥିଲେ । ଆଖିରେ ଥିଲା ଅନେକ ସ୍ୱପ୍ନ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଭିତରେ ଛୋଟିଆ ପାହାଡ଼ ଘେରା ଗାଁଟିଏ ଗୁରମୁନି । ପ୍ରାକୃତିକ ପରିବେଶ ମଧ୍ୟରେ ଗଢି ଉଠିଥିବା ଏହି ଗାଁର ପିଲା ଥିଲେ ଥବିର । ଗାଁ ପାଖ କରମତଲା ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିବା ପରେ ସଇଁନ୍ତଲା କଲେରେ ପାଠ ପଢି ଥିଲେ ଥବିର । କଲେଜ ପଢ଼ା ସରିବା ପରେ ପିଲା ବେଳରୁ ଥିବା ସ୍ୱପ୍ନ ପୂରଣ କରିବାକୁ ଯାଇ ସେନାରେ ଯୋଗ ଦେଇଥିଲେ । ପରିବାର ଓ ଗ୍ରାମବାସୀଙ୍କୁ ଥବିର ନୂଆ ଏକ ଆଶା ଦେଖାଇଥିଲେ । କର୍ମକ୍ଷେତ୍ରରୁ ଯେବେବି ଛୁଟିରେ ଆସୁଥିଲେ ଥବିର ବୁଲି ବୁଲି ଖୁଜି ଖୁଜି ଗାଁର ସବୁ ଲୋକଙ୍କ ସହିତ ମିଶୁଥିଲେ । ଗାଁର ପ୍ରତିଟି ଗୁରୁଜନ ଓ ବୟସ୍ମ ବ୍ୟକ୍ତିଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହ ଛୋଟ ପିଲା ମାନଙ୍କୁ ଖୁବ ସେହ୍ନ କରୁଥିଲେ । ଗାଁର ପ୍ରତି ମଣିଷ ଥବିରକୁ ଖୁବ ଭଲ ପାଆନ୍ତି । ଗାଁର କେହି ମଧ୍ୟ ଜଣେ ତାଙ୍କ ଶତ୍ରୁ ନ ଥିଲେ । ହେଲେ ଦେଶ ଶତ୍ରୁଙ୍କ ପାଇଁ ସେ ଥିଲେ ଖୁବ ଭୟଙ୍କର । ବଜ୍ର ପରି କଠିନ । ୧୯୮୫ ମସିହା ଜାନୁୟାରୀ ୩୦ ତାରିଖ ଗୁରମୁନି ଗାଁ ଦେବ ବୁଡେକ ଓ ମା’ ଜୋସବନ୍ତି ବୁଡେକଙ୍କ କୋଳରେ ଜନ୍ମ ନେଇଥିଲେ ଥବିର । କଲେଜ ପଢ଼ା ପରେ ପରେ ଅନେକ ଚେଷ୍ଟା ଓ ଅଭ୍ୟାସ ପରେ ୨୦୧୦ ମସିହାରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ । ପ୍ରଥମେ କୁଞ୍ଜ ବିହାର ସେକ୍ଟର ବିଏସ୍‌ଏଫ୍‌ କ୍ୟାମ୍ପରେ ଯୋଗଦେଇଥିଲେ ଏବଂ ଅନ୍ୟ ବିଏସ୍‌ଏଫ୍‌ କ୍ୟାମ୍ପରେ ମଧ୍ୟ ଯୋଗ ଦେଇ ସଫଳତାର ସହ ଦେଶ ସେବା କରିଥିଲେ । ଏବେବି ଥବିରଙ୍କ ଅନୁପସ୍ଥିତକୁ ଖୋଜୁଛି ସାଥୀ ସେନା, ଝୁରୀ ହେଉଛି ଭାରତ ମାତା ।
ସୂଚନା ମତେ, ଭାରତୀୟ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ରେ ଥବିର ବୁଡେକ(୩୪) କାର୍ଯ୍ୟରତ ଥିବା ବେଳେ କିଛି ଦିନ ତଳେ ଦୁଗର୍ମ ନିକୁଞ୍ଜ ଘାଟି ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ନଦୀର ଗର୍ଭ ଭିତରେ ଓଲଟି ପଡିଥିଲା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ଯାହା ଫଳରେ ସେହି ସମୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସେ ଗତ ୨୦୧୦ ମସିହାରେ ବିଏସ୍‌ଏଫ୍‌ରେ ସାମିଲ ହୋଇ ପଶ୍ଚିମବଙ୍ଗ ରାଜ୍ୟର କୁଞ୍ଜ ବିହାରରେ କାର୍ଯ୍ୟରତ ଥିଲେ । ତେବେ ଗତ କିଛି ଦିନ ତଳେ ରାତ୍ରିରେ ବିଏସ୍‌ଏଫ୍‌ର ୩ ଜଣ ଉଚ୍ଚ ଅଧିକାରୀଙ୍କ ସହ ଥବିର ଆସାମ ରାଜ୍ୟ ଗୌହାଡ଼ିକୁ ସେନା ଗାଡ଼ିରେ ଡିୟୁଟିରେ ଫେରୁଥିଲେ । ତେବେ ଦୁର୍ଗମ ନିକୁଞ୍ଜ ଘାଟି ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ନଦୀ ଗର୍ଭରେ ପଡିଯାଇଥିଲା । ପଛରେ ଆସୁଥିବା ସେନା ଗାଡି ଆହତ ଥବିରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ସେଠାରେ ଯବାନ ଥବିରଙ୍କ ମୃତ୍ୟୁ ଘଟିଥିଲା । ପରେ ସେନା ବାହିନୀ କର୍ମଚାରୀମାନେ ଥବିରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଥବିରଙ୍କ ପାର୍ଥିବ ଶରୀରକୁ ୫ ଦିନ ପରେ ନିଜ ଭିଟାମାଟିକୁ ପହଞ୍ଚିଥିଲା । ସେହି ସମୟରେ କରମତଲା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଥବିରଙ୍କ ମୃତ୍ୟୁ ଦେହ ଗ୍ରାମ ପରିକ୍ରମା କରିବା ପରେ ସହିଦ ଜବାନ ଥବିର ଅମର ରହେ ବୋଲି ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ସାମିଲ ହୋଇ ନାରା ଦେଇଥିଲେ ।ପୁଷ୍ପମାଲ୍ୟରେ ତାଙ୍କର ପାର୍ଥିବ ଶରୀରକୁ ଗ୍ରାମବାସୀ ସ୍ୱାଗତ କରିଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ବୁଡେକ, କୋଶଲ କମିଟି ସଦସ୍ୟ ବନମାଲି ନାଏକ, ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ, ଟିଟିଲାଗଡ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥି, ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟନାୟକ, ବଲାଙ୍ଗିର ସଂସାଦ ସଂଗୀତା ସିଂଦେଓଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣା, ସୁବ୍ରତ ପଟ୍ଟନାୟକ, ଟିକ୍ରାପଡା ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ଚୌହାନ, ସୁବ୍ରତ ବେହେରା, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବନ୍ଦନ ପୁରୋହିତ, ସମତେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କର ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରନ୍ଧାଞ୍ଜଳି ଦେଇଥିଲେ ।ତାଙ୍କର ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା । ସହିଦ ଯବାନ ଥବିରଙ୍କ ବାପା ଦିବା, ମା ଯଶୋବନ୍ତି, ପତ୍ନୀ ରୀନା,୧୪ ବର୍ଷର ପୁଅ ହିତେଶ ଏବଂ ୯ ବର୍ଷର ଝିଅ ସମୀକ୍ଷା ଏବଂ ତିନି ଭାଇଙ୍କ ଆଖିରୁ ଲୁହ ଶୁଖୁ ନଥିଲା । ଚାରି ଭାଇଙ୍କ ମଧ୍ୟରୁ ଥବିର ସବୁଠାରୁ ବଡ଼ । ତେବେ ତାଙ୍କର ପାର୍ଥିବ ଶରୀର ନିଜ ଭିଟାମାଟିକୁ ଫେରିବା ପରେ ଥବିର ଅମର ରହେ ବୋଲି ହଜାର ହଜାର ଲୋକେ ନାରା ଦେଇ ଅନେକ ଲୋକଙ୍କ ଆଖିରେ ଲୁହ ଝରି ପଡୁଥିଲା । ତାଙ୍କର ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଥିଲା ଓ ଥବିରଙ୍କ ବଡ଼ ପୁଅ ହିତେଶ ଓ ବଡ଼ ଭାଇ ତାଙ୍କର ମୃତ ଦେହରେ ମଖାଗ୍ନି ଦେଇଥିଲେ । ଶେଷରେ ଥବିର ପାଲଟି ଯାଆନ୍ତି ଦୂର ଆକାଶର ତାରା ଏବେ ବି ଖୋଜୁଛି ଥବିରଙ୍କୁ ଗାଁ ମାଟି । ସହିଦ ଥବିର ସଲାମ ।

Leave A Reply

Your email address will not be published.

error: Content is protected !!