ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ୮୮ତମ ସହିଦ ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ଭାରତ ମୁକ୍ତି ସଂଗ୍ରାମର ବିଖ୍ୟାତ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିକାରୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ୮୮ତମ ସହିଦ ଦିବସ ପାଳିତ ହୋଇଯାଇଛି । ବ୍ଳକ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଦିବାସୀ ମାନେ ସହିତ ଲକ୍ଷ୍ମଣ ନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରି ଆଦିବାସୀମାନେ ପ୍ରକାଶ କରିଥିଲେ ଯେ, ବ୍ରିଟିଶ ସରକାର କୋରାପୁଟ ଜିଲ୍ଲାରେ ଆଦିବାସୀ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଶୋଷଣ, ଦମନ, ଅନ୍ୟାୟ କରୁଥିଲେ । ଇଂରେଜ ଅଧୀନରେ ଥିବା ରାଜସ୍ୱ ବିଭାଗ, ଜଂଗଲ ବିଭାଗ ଓ ପୋଲିସ କର୍ମଚାରୀ ମାନେ ଆଦିବାସୀ ମାନଙ୍କ ଠାରୁ ଜମି ଜଙ୍ଗଲର ଖଜଣା ଅସୁଲି କରୁଥିଲେ । ବେଠି ଖଟାଇ ଅତ୍ୟାଚାର କରୁଥିଲେ । ଦିନକୁ ଦିନ ବ୍ରିଟିଶ ସରକାରଙ୍କ ଦମନଲୀଳା ବୃଦ୍ଧି ପାଉଥିଲା । ବ୍ରିଟିଶ ଜୁଲୁମ୍‌ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ଲକ୍ଷ୍ମଣ ନାୟକ କୋରାପୁଟର ଆଦିବାସୀ ମାନଙ୍କୁ ଏକତ୍ରିତ କରି ଲଢେ଼ଇ କଲେ ।

ସେ ସ୍ୱାଧୀନତା ସଂଗ୍ରାମର ଲୋକପ୍ରିୟ ନେତା ଭାବରେ ବେଶ୍‌ ଜଣାଶୁଣା ହୋଇଯାଇଥିଲେ ସେତେବେଳେ । ପରେ ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ, ଅହିଂସା ଆନ୍ଦୋଳନ, ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୨୧ ଅଗଷ୍ଟ ୧୯୪୨ରେ ମାଥିଲି ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ । ଦଙ୍ଗା ଓ ହତ୍ୟା କେଶ୍‌ରେ ଇଂରେଜ ସରକାର ଲକ୍ଷ୍ମଣ ନାୟକଙ୍କୁ ଗିରଫ୍‌ କରିଥିଲା । ୨୯ ମାର୍ଚ୍ଚ ୧୯୪୩ରେ ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାୟକଭ୍‌କୁ ଫାଶି ଦିଆଯାଇଥିଲା । ସଭାରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଂଜନ ବିଶି, ବ୍ଲକ ସଂପାଦକ ସାରଥୀ ବାଗ, ଗଦି ବରିହା, ଘନ ଭୋଇ, ମନବୋଧ ବରିହା, ରାମଚନ୍ଦ୍ର ଧରୁଆ, ଲେକୃ ଧରୁଆ, ପ୍ରତାପ ଧରୁଆ, ନିହାର ରଂଜନ ଭୋଇ, ନିତ୍ୟାନନ୍ଦ ଭୋଇ, ଚନ୍ଦ୍ରମଣି ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.