ଅନବାଉଣ୍ଡେଡ଼ ବିଙ୍ଗସ୍‌ ପରିସରରେ ବିପ୍ଲବୀ ନେତ୍ରୀ ଗୁରୁବାରୀ ମେହେରଙ୍କ ସହିଦ ଦିବସ ପାଳିତ

ବିନିକା : ବିପ୍ଲବୀନେତ୍ରୀ ଗୁରୁବାରୀ ମେହେରଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଅନବାଉଣ୍ଡେଡ଼ବିଙ୍ଗସ୍‌ ପରିସରରେ ସହିଦ ଦିବସ ପାଳିତ ହୋଇଯାଇଛି । ପୁଲିସର ବାଏନଟ ମାଡ଼ରେ ବିପ୍ଲବୀ ନେତ୍ରୀ ଗୁରୁବାରୀ ୧୯୪୭ ମସିହା ଜାନୁୟାରୀ ୩୦ତାରିଖରେ ସହିଦ ହୋଇଥିଲେ । ଚଳିତ ବର୍ଷ କରୋନା ନିୟମାନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସ୍ୱଜନ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ସିଦ୍ଧାର୍ଥ ମହାବିଦ୍ୟାଳୟ ଯୁକ୍ତ ଦୁଇର ଅଧ୍ୟକ୍ଷ ରେଖା ପଧାନ ଏବଂ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟର ଧୀରେନ୍ଦ୍ର ନାୟକ । ଶ୍ରୀ ନାୟକ ସହିଦ ମେହେରଙ୍କ ଉପରେ ଆଧାରିତ ନିଜସ୍ୱ ଲେଖନୀରୁ କବିତା ପାଠ କରିଥିଲେ ଓ ସହିଦ ମେହେରଙ୍କ ପ୍ରଚାର ପ୍ରସାର କରାଯାଇ ରାଜ୍ୟସ୍ତରରେ ପରିଚିତ କରିବାକୁ ଅତିଥିମାନେ ମତ ରଖିଥିଲେ ।

Leave A Reply

Your email address will not be published.