ବଲାଙ୍ଗିର, (କେପିଏନ୍ଏସ୍) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନଗର ତରଫରୁ ପୁଲୱାମା ସହିଦ ଦିବସ ପାଳିତ ହୋଇଯାଇଛି । ୨୦୧୯ ମସିହାରେ ଗତ ଛଅ ବର୍ଷ ତଳେ ୧୪ ଫେବୃଆରୀ ଦିନ କାଶ୍ମୀରର ପୁଲୱାମା ଠାରେ ପାକିସ୍ତାନୀ ଆତତାୟୀମାନଙ୍କ ଦ୍ଵାରା ଆକ୍ରମଣ ହୋଇଥିଲା । ୪୦ ଜଣ ସୈନିକ ଏହି ଆକ୍ରମଣରେ ବୀରଗତିକୁ ପ୍ରାପ୍ତି କରିଥିଲେ । ତେଣୁ ଫେବୃଆରୀ ୧୪କୁ ପୁଲୱାମା ସହିଦ ଦିବସ ରୂପେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ପାଳନ କରାଯାଇଛି । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ସଭା ଆରମ୍ଭ ହୋଇ କଲେଜଛକ ଓ ଶାନ୍ତିପଡ଼ା ଛକ ହୋଇ ପୁଣି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟକୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଉତ୍ତମ ବରାଡ, ନଗର ସମ୍ପାଦକ ତେଜରାଜ ସାହୁ, ରାଜ୍ୟ ସାଭିସ୍କାର ସହ ସଂଯୋଜକ ସୁଶାନ୍ତ କୁମାର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆୟୁଷ ଯୋଶୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦେଶ ପାଇଁ ଜୀବନ ଦେଇ ଥିବା ସହିଦ ମାନଙ୍କୁ ସ୍ମରଣ କରିବା ସହିତ ଆଜିର ଯୁବ ଓ ଛାତ୍ର ସମାଜ ରାଷ୍ଟ୍ର ପୁନଃ ନିର୍ମାଣରେ ଧ୍ୟାନ ଦେବା କଥା ବୋଲି ନଗର ସମ୍ପାଦକ ତେଜରାଜ ସାହୁ ମତ ରଖିଥିଲେ ।