
ଡା. ରମେଶ ଚନ୍ଦ୍ର ବେହେରାଙ୍କୁ ସେବା ନିବୃତ ସମ୍ବର୍ଦ୍ଧନା ଓ ଶହେ ଦିନିଆ ଯକ୍ଷ୍ମା ସର୍ବେକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନ

- ଯକ୍ଷ୍ମା ନିୟନ୍ତ୍ରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ପାଇଲେ ସମାଜସେବୀ, ସାମ୍ବାଦିକ, ସ୍ୱାସ୍ଥ୍ୟ କର୍ମୀ ଓ ଅଶା କର୍ମୀ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତିନି ଦଶନ୍ଧିରୁ ଅଧିକ ସମୟ ରୋଗୀ ସେବାରେ ଲୋକପ୍ରିୟତା ହାସଲ କରିଥିବା କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ରମେଶ ଚନ୍ଦ୍ର ବେହେରା ସରକାରୀ ଚାକିରିରୁ ଅବସର ନେଇଥିଲେ । ଆଜି କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସେବା ନିବୃତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ଡାକ୍ତର ବେହେରାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଥମେ ତାଙ୍କୁ କଣାସ ବଜାର ଠାରୁ ଓଡିଶା ସ୍କାଉଟ ଓ ଗାଇଡି ତଥା ସେଣ୍ଟ ଜହନ ଆମ୍ବୁଲାନ୍ସର ବ୍ରିଗେଡିଅରଙ୍କ କ୍ୟାଡେଟମାନେ, ଜନସାଧରଣ, ସ୍ୱେଛାସେବୀ, ସାମ୍ବାଦିକ ଏବଂ ଡାକ୍ତରଖାନାର କର୍ମଚାରୀମାନେ ଶୋଭା ଯାତ୍ରାରେ ଆଣି ଫୁଲତୋଡା ଦେଇ କଣାସ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପାଛୋଟି ଆଣିଥିଲେ । ପରେ କଣାସର ବର୍ତ୍ତମାନର ଅଧିକ୍ଷକ ଡାକ୍ତର କ୍ଷମାନିଧି ସେଠୀଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସେହିଭଳି ଡାକ୍ତର ରମେଶ ଚନ୍ଦ୍ର ବେହେରାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ଶହେ ଦିନିଆ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ କଣାସ ଉତ୍ତମ ପ୍ରଦର୍ଶନ କରିଥିଲେ । ଏହି ସମୟ ମଧ୍ୟରେ କଣାସରେ ବ୍ୟାପକ ଜନ ସଚେତନା ସୃଷ୍ଟି କରିବା ପାଇଁ କିଛି ସମାଜ ସେବୀ, ସାମ୍ବାଦିକ, ଆଶାକର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ, ଟିବି ଚମ୍ପିୟାନ, ସୁପରଭାଇଜର, ଏନଏଚଏମ ମ୍ୟାନେଜର ପ୍ରମୂଖ ଭୂମିକା ନେଇଥିଲେ । ଏପରିକି ବସନ୍ତପୁର ଗ୍ରାମର ଆଶାକର୍ମୀ ଝୁନାମଣି ପାଇକରାୟ, କେତେଜଣ ଶିକ୍ଷୟିତ୍ରି ଏଵଂ ବିଦ୍ୟାଳୟର କୁନିକୁନି ପିଲାମାନେ ପଥପ୍ରାନ୍ତ ନାଟକ ଆୟୋଜନ କରି ବ୍ୟାପକ ଜନ ସଚେତନତା କରାଇଥିଲେ । ଫଳରେ କଣାସରୁ ସେହି ୧୦୦ ଦିନି କାର୍ଯ୍ୟକ୍ରମ ସମୟରେ ୧୦ଜଣ ନୂଆ ଯକ୍ଷ୍ମା ରୋଗୀ କଫ ପରୀକ୍ଷାରୁ ଓ ୨୬ ଜଣ ନୂଆ ଯକ୍ଷ୍ମା ରୋଗୀ ଏକ୍ସ-ରେ ମାଧ୍ୟମରେ ଚିହ୍ନଟ ହୋଇପାରିଥିଲେ । ଏହି ସଫଳତାର ମନ୍ତ୍ରମୁଗ୍ଧ ହୋଇ ଓଡିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶଳୟ ତରଫରୁ ସେକ୍ସନ ଅଫିସର ନଗେନ୍ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସେମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଡାକ୍ତର ବିବେକ ଅନୁରାଗ, ଡାକ୍ତର ସବ୍ୟସାଚୀ ମହାପାତ୍ରା, ଡାକ୍ତର କୁମାର ଅଭିନନ୍ଦନ, ଡାକ୍ତର ସୌମ୍ୟରଂଜନ ସେଠୀ, ଡାକ୍ତର ବଲ୍ଲଭ ଭଡ, ଡାକ୍ତର ସସ୍ମିତା ସାମନ୍ତରାୟ, ସ୍ଵର୍ଣ୍ଣଲତା ରଥ, କଳିଙ୍ଗ କୁମାର ଉପାଧ୍ୟାୟ, ଯକ୍ଷ୍ମାର ବ୍ଲକ ପରିଚାଳକ ତପନ କୁମାର ଚୌଧୁରୀ ଏବଂ ସମସ୍ତ କର୍ମଚାରୀ, ସମାଜସେବୀ ସୁକାନ୍ତ ସାମନ୍ତରାୟ, ରୋଗୀ କଲ୍ୟାଣ ସଦସ୍ୟ ଶ୍ରୀକାନ୍ତ ପାଟଯୋଶୀ, ସନ୍ତୋଷ ସାମନ୍ତରାୟ ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ବିପିଏମ ଧନେଶ୍ୱର ସ୍ୱାଇଁ ପରିଚାଳନା କରିଥିଲେ । ଶେଷରେ ତପନ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।