କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନାରେ ପ୍ରାଣ ହରାଇଥିବା ବଲାଙ୍ଗିର ଜିଲ୍ଲାର ତିନିଜଣ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଇଛି । କରୋନାରେ ପ୍ରାଣ ହରାଇଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସେହି ଅନୁଯାୟୀ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ଅନୁମୋଦନ ପରେ ବଲାଙ୍ଗିର ଜିଲ୍ଲାର କରୋନାରେ ମୃତ ତିନି ଜଣ ସାମ୍ବାଦିକଙ୍କ ପରିବାରକୁ ଏହି ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରଯାଇଛି । ଆଜି ଜିଲ୍ଲ।ପ।ଳଙ୍କ କାର୍ଯ୍ୟାଳୟ ଠାରେ ୧୫ ଲକ୍ଷ ଟଙ୍କାର ଏହି ଅନୁକମ୍ପା ମୂଳକ ସହାୟତା ରାଶି କରୋନାରେ ମୃତ ସାମ୍ବାଦିକଙ୍କ ପତ୍ନୀଙ୍କୁ ପ୍ରଦାନ କର।ଯ।ଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲ।ପ।ଳ ଅନନ୍ତ ନାରାୟଣ ସିଂ ଲାଗୁରୀ ମୃତ ସାମ୍ବାଦିକଙ୍କ ପତ୍ନୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ପାଟଣାଗଡ଼ର ସମ୍ବାଦ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା କରୋନାରେ ମୃତ ସାମ୍ବାଦିକ ଯତୀଶ ଚନ୍ଦ୍ର ଖମାରୀଙ୍କ ପତ୍ନୀ ଭାଗ୍ୟବତୀ ପୁରୋହିତ, ଆଗଲପୁରର ସମ୍ବାଦ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା କରୋନାରେ ମୃତ ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପତ୍ନୀ ବୈଜନ୍ତୀମାଳା ଷଡ଼ଙ୍ଗୀ ଓ ପାଟଣାଗଡ଼ର ପ୍ରଗତିବାଦୀ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା କରୋନରେ ମୃତ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ପତ୍ନୀ ସ୍ୱର୍ଣ୍ଣଲତା ସାହୁଙ୍କୁ ଆଜି ଏହି ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କର।ଯ।ଇଛି । ଏହି ସହାୟତା ରାଶି ପ୍ରଦାନ ସମୟରେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଟିଟିଲାଗଡ଼ ଉପଜିଲ୍ଲ।ପ।ଳ ମନୋଜ ସତ୍ୟବାନ ମହାଜନ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରୀନା ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଓ ମୃତ ସାମ୍ବାଦିକଙ୍କ ପରିଜନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.