ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଂଚାୟତ ମାହାରପାଲି ଗ୍ରାମର ସନ୍ୟାସୀ ବାରିକଙ୍କୁ ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ପକ୍ଷରୁ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ଏକ ଜନହିତାଧିକାରୀ ସଂଗଠନ ଭାବେ କାର୍ଯ୍ୟ କରି ଆସୁଛି । ଲୋକଙ୍କୁ ଆତ୍ମନିର୍ଭର କରି ଆର୍ଥିକ ଦୃଷ୍ଟିକୋଣରୁ ସୁଦୃଢ କରିବା ହେଉଛି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ଏଥି ସହିତ ସଂଗଠନର କୌଣସି ସଦସ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଲେ ତାଙ୍କୁ ୫ ହଜାର ଟଙ୍କା ପ୍ରଦାନ ସହିତ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ତାଙ୍କ ପରିବାର ବର୍ଗଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଥାଏ । ସଂଗଠନର ଅନୁପମା ମେହେର(ଡିଡିଏମ୍), ସତ୍ୟନାରାୟଣ ସାହୁ(ବିଡିଏମ୍), ଲଳିତା ସାହୁ(ଏବିଡିଏମ୍), ରିଙ୍କି ଉଦୁରକୁଲିଆ(ପିଡିଏମ୍), ତିଲୋତ୍ତମା କାଲସାଏ(ପିଆର୍ଓ) ପ୍ରମୁଖ କର୍ମଚାରୀ ଏହି ସମୟରେ ଉପସ୍ଥିତ ଥିଲେ ।