କରୋନା ଯୋଦ୍ଧାଙ୍କ ପରିବାରକୁ ସହାୟତା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପଧାନ): କରୋନା ଯୋଦ୍ଧା ସ୍ବର୍ଗତ ବିମ୍ବାଧର ଭୋଇଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ(ବୀମା) ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଆଜି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ କକ୍ଷ ଠାରେ ୫୦ ଲକ୍ଷ ଟଙ୍କାର ଚେକ୍ ତାଙ୍କ ପତ୍ନୀ ବେଲମତୀ ଭୋଇଙ୍କୁ ପ୍ରଦାନ କରିଥିଲେ । ସ୍ବର୍ଗତ ବିମ୍ବାଧର ବରଗଡ଼ ଜିଲ୍ଲା ବିଜେପୁର ଗ୍ରାମ ପଞ୍ଚାୟତର କର୍ୟ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ୟ୍ୟ କରୁଥିବା ସମୟରେ କରୋନାରେ ସପ୍ସକ୍ରମିତ ହୋଇ ମୃତ୍ୟୁ ହୋଇଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ତତ୍ପରତା ପ୍ରକାଶ କରାଯାଇ ସରକାରୀ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଏବଂ ତାଙ୍କ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.