ମନରେଗା ଶ୍ରମିକମାନଙ୍କୁ ସ୍ୱତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର ମନରେଗା ଶ୍ରମିକମାନଙ୍କ ପାଇଁ ୩୫୨ କୋଟି ଟଙ୍କା ସ୍ୱତନ୍ତ୍ର କୋଭିଡ୍‌ ସହାୟତା ରାଶି ପ୍ରଦାନ କରିଛନ୍ତି । ଏନେଇ ଆଜି ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏପ୍ରିଲ ୧ ତାରିଖ ଠାରୁ ଜୁନ ୩୦ ଯାଏଁ କୋଭିଡ୍‌ ସହାୟତା ରାଶି ୫୦ ଟଙ୍କା ମନରେଗା ଶ୍ରମିକମାନଙ୍କ ଆକାଉକୁ ଆଜି ଟ୍ରାନ୍ସଫର କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଜଣାଇଛନ୍ତି । ଡେଲାଙ୍ଗ ବ୍ଲକରେ ଏହି ସହାୟତା ରାଶି ପାଇବାକୁ ୫୧୭୧ଜଣ ହିତାଧିକାରୀ ରହିଥିବା ବେଳେ ଆଜି ପ୍ରଥମ ଦିନରେ୨୫୦୩ଜଣଙ୍କ ଆକାଉଣ୍ଟକୁ ୪୩ଲକ୍ଷ୯୩ହଜାର୬୫୦ଟଙ୍କା ଆରଟିଜିଏସ ମାଧ୍ୟମରେ ପଠାଯାଇଛି । ଅବଶିଷ୍ଟ ଜବକାର୍ଡଧାରୀ ମାନଙ୍କ ଆକାଉଣ୍ଟକୁ ଦୁଇଦିନ ମଧ୍ୟରେ ଏହି ସହାୟତାର ରାଶି ପ୍ରଦାନ କରାଯିବ ବୋଲି ଡେଲାଙ୍ଗ ବିଡିଓ ସୂଚନା ଦେଇଛନ୍ତି । ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟ ଭିସି ମାଧ୍ୟମରେ ଶୁଭାରମ୍ଭ ହୋଇଥିବା ବେଳେ ଡେଲାଙ୍ଗ ବ୍ଲକର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ, ଏବିଡିଓ ପ୍ରଦିପ୍ତ କୁମାର ନାୟକ,ଏପିଓ,ଏସିପଙ୍କ ସମେତ ଅନ୍ୟାନ କର୍ମଚାରୀଙ୍କ ସହିତ ୩ଜଣ ମନରେଗା ହିତାଧିକାରୀ ଗୁଆଳିପଡା ପଂଚାୟତର ବ୍ରହ୍ମାନନ୍ଦ ପରିଡା, ମୁନିଦା ପଂଚାୟତର ପ୍ରଭାଶ ଚନ୍ଦ୍ର ପରିଡା ଓ ଅନୁସୟା ପରିଡା ଭିସି ମାଧ୍ୟମରେ ଉପସ୍ଥିତ ରହିଥିବା ବିଡିଓ ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.