oum

ଅଗ୍ନିବିପନ୍ନଙ୍କୁ ସମବେଦନା ସହ ସହାୟତା କଲେ ବିଧାୟିକା ଲତିକା

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମପଞ୍ଚାୟତରେ ଅଗ୍ନିବିପନ୍ନଙ୍କୁ ସମବେଦନା ଜଣାଇବା ସହିତ କବିସୂର୍ୟ୍ୟନଗର ବିଧାୟିକା ଶ୍ରୀମତୀ ଲତିକାପ୍ରଧାନ ଘଟଣା ସ୍ଥଳ ଗସ୍ତ କରି ବିପନ୍ନଙ୍କୁ ସହାୟତା ପ୍ରଦାନ କରିଥିଲେ । କ୍ଷତି ଗ୍ରସ୍ତଙ୍କୁ କମଳ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି, ଏହି ଗ୍ରାମର ବଡଦାଣ୍ଡ ସାହିରେ ଗତ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଘର ସମ୍ପୂର୍ଣ୍ଣ ପୋଡି ଯାଇଥିଲା । ତାଙ୍କ ସହ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ପଞ୍ଚାୟତ ବିଜେଡି ସଭାପତି ଦୁର୍ୟ୍ୟୋଧନ ଗୌଡ଼ଙ୍କ ସମେତ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.