କର୍କଟ ରୋଗୀଙ୍କୁ ଚିକିତ୍ସା ସହାୟତା ଦେଲା ଲୋଇସିଂହା ମାହେ‌ଶ୍ୱରୀ ସଂଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଳକ ବୁରୋଭାଡି ଗାଁର ଶୁକ୍ର୍ରୁ ପ୍ରଧାନ(୪୫) ଦୁରାରୋଗ୍ୟ କର୍କଟ ବ୍ୟାଧିରେ ପୀଡିତ ଥିଲେ । ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରି ନ ପାରି ଘରେ ପଡି ରହିଥିଲେ । ଶୁକ୍ରୁଙ୍କ ବିଷୟରେ ଖବର ପାଇ ଲୋଇସିଂହା ମାହେ‌ଶ୍ୱରୀ ସଂଗଠନ ତାଙ୍କ ଚିକିତ୍ସା ପାଇଁ ଆଗଭର ହୋଇଛି । ସଂଗଠନର ଦେବାଶିଷ ବିଶୋଇଙ୍କ ନେତୃତ୍ୱରେ କିଛି ସଦସ୍ୟ ଶୁକ୍ରୁଙ୍କ ଘରକୁ ଯାଇ ତାଙ୍କ ସଙ୍ଗେ ଭେଟ ହୋଇ ତାଙ୍କ ରୋଗ ବାବଦରେ ପଚାରି ବୁଝିଥିଲେ । ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକତା ଥିବା ଉପଲବ୍ଧି କରି ମାହେଶ୍ୱରୀ ସଂଗଠନ ଗତ ମଙ୍ଗଳବାର ଶୁକ୍ରୁଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତି କରିଥଲା । ପରେ ତାଙ୍କର ଅଧିକ ଉନ୍ନତ ଚିକିତ୍ସା ପାଇଁ ସଂଗଠନର ଉଦ୍ୟମ କ୍ରମେ ଶୁକ୍ରୁଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସେଠାରେ ଶୁକ୍ରୁଙ୍କ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିବା ନେଇ ସଂଗଠନର ଦେବାଶିଷ ବିଶୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.