ସରକାରୀ ସହାୟତା ଅପେକ୍ଷାରେ କିଡିନି ରୋଗୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀପାଲି ଗ୍ରାମର ମଙ୍ଗଲୁ ମିର୍ଧା ଜଣେ ଗରିବ ତଥା ଅସହାୟ ରୋଗୀ ଅଟନ୍ତି । ପରିବାର କହିଲେ ତାଙ୍କ ସ୍ତ୍ରୀ ଏବଂ ଦୁଇଟି ସନ୍ତାନ । ରୋଜଗାର କହିଲେ ତାଙ୍କର କୁଳି ମଜୁରୀ କରିବା, ତଥାପି ବେଶ ହସ ଖୁସିରେ ତାଙ୍କର ଜୀବନ ବିତୁଥିଲା । କିନ୍ତୁ ହଠାତ୍‌ ମଙ୍ଗଲୁଙ୍କ ଜୀବନରେ ଝଡ଼ ସଦୃଶ କିଡିନି ଏବଂ ଯକ୍ଷ୍ମା ରୋଗ ଗ୍ରାସିଦେଲା । ଗରିବ ଅସହାୟ ଲୋକ ପାଇଁ ଏହା କାଳ ସଦୃଶ, ତେଣୁ ଏଥିପାଇଁ ପରିବାର ଏବେ ଚିନ୍ତିତ । ଘରେ ଯାହା ସୁନା, ରୂପା, ଟଙ୍କା, ଗହଣା ଥିଲା ସବୁ ଏହି ରୋଗ ପାଇଁ ଶେଷ ହୋଇଯାଇଛି । ବର୍ତ୍ତମାନ ସରକାର ଭରଷାରେ ଜୀବନଟିଏ କଲବଲ ହେଉଛି । ଏଯାବତ ମଙ୍ଗଲୁଙ୍କ ଚିକିତ୍ସା ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଗକୁ ଡାକ୍ତରଖାନା ଯିବା ପାଇଁ ସମ୍ବଳ ଅଭାବରୁ ସାହସ ଜୁଟାଇ ପାରୁନାହାନ୍ତି ପରିବାର ଲୋକେ । ଉକ୍ତ ପରିବାରକୁ ସରକାର ତଥା ପ୍ରଶାସନ ସହାୟତା ପ୍ରଦାନ କରିବା ସହ ଜିଲ୍ଲା ରେଡକ୍ରସ୍‌ ପାଣ୍ଠିରୁ ଆର୍ଥିକ ସହାୟତା ସହ ମାଗଣା ଚିକିତ୍ସା ପ୍ରଦାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.