om academy

ତୀର୍ଥଯାତ୍ରୀଙ୍କୁ କଣ୍ଟାମାଳ ବିଧାୟକଙ୍କ ସହାୟତା

jsm

କଣ୍ଟାମଳ, (କେପିଏନ୍‌ଏସ୍‌) : ଅସହାୟ ତୀର୍ଥଯାତ୍ରୀଙ୍କୁ ରାସ୍ତାରେ ଦେଖି ସହାୟତାର ହାତ ବଢାଇଛନ୍ତି କଣ୍ଟାମାଳ ବିଧାୟକ ମହୀଧର ରଣା । ସୂଚନା ଅନୁସାରେ, କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଅନେକ ତୀର୍ଥଯାତ୍ରୀ ଏକ ବସ୍‌ରେ ତୀର୍ଥ ଭ୍ରମଣରେ ବାହାରିଛନ୍ତି । ତେବେ ଦଶପଲ୍ଲୀ ନିକଟରେ ସେମାନଙ୍କ ଗାଡିଟି ଖରାପ ହୋଇଥିଲା । ଏହି ସମୟରେ ଭୁବନେଶ୍ୱରରୁ ଫେରୁଥିବା କଣ୍ଟାମାଳ ବିଧାୟକ ଶ୍ରୀ ରଣା ସେମାନଙ୍କୁ ଦେଖି ଅଟକିବା ସହ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ପରେ ସେମାନଙ୍କୁ ଘରକୁ ଫେରିବା ସମସ୍ତ ବ୍ୟବସ୍ଥା କରିଥିବା ଜଣାପଡିଛି ।

Leave A Reply

Your email address will not be published.