jayashree

ଶିଶୁଗୃହକୁ ସହାୟତା ଦେଲା ଇକୋରୋ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ପ୍ରମୁଖ ସାମାଜିକ ଅନୁଷ୍ଠାନ ଭାବେ ଜଣାଶୁଣା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ (ଇକୋରୋ) ପକ୍ଷରୁ ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ‘ଆଦୃତ’ର ଅନ୍ତେବାସୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏପରିକି ଇକୋରୋର ସଭାପତି ଅନୁପମା ଶ୍ରୀବାସ୍ତବ ଶୁକ୍ରବାର ସ୍ଥାନୀୟ କଣ୍ଟାବାଡ଼ଠାରେ ଥିବା ‘ଆଦୃତ’ ପରିଦର୍ଶନରେ ଯାଇଥିଲେ । ଏହି ପରିପ୍ରେକ୍ଷୀରେ ସେ ଆଶ୍ରିତ ପିଲାମାନଙ୍କ ଲାଗି ଉଦ୍ଦିଷ୍ଟ ଶିଶୁଗୃହ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ସମୟ ଅତିବାହିତ ସାଙ୍ଗକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଇକୋରୋ ପକ୍ଷରୁ ଏକ ଆରେଞ୍ଜର କି-ବୋର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କି-ବୋର୍ଡ ଅନ୍ତେବାସୀମାନଙ୍କୁ ସେମାନଙ୍କର ସଙ୍ଗୀତ ଅଭ୍ୟାସ ଏବଂ ପ୍ରଦର୍ଶନ ପାଇଁ ବେଶ୍‌ ସହାୟକ ହେବ ବୋଲି ଜଣାପଡିଛି । ଆଦୃତରେ ପ୍ରାୟ ୬୦ଜଣ ଅନ୍ତେବାସୀ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତେବାସୀଙ୍କ ସଂଗୀତ କ୍ଷେତ୍ରରେ ଅନ୍ତର୍ନିହିତ ଗୁଣ ରହିଛି । ଏହି ଅବସରରେ ରେଳପଥ ମହିଳା କଲ୍ୟାଣ ସଙ୍ଗଠନର ସମ୍ପାଦିକା ମନମିତା ମଣ୍ଡଳ ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେଙ୍କ ସହ ସଙ୍ଗଠନର ଅନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ମଧ୍ୟ ପରିଦର୍ଶନରେ ଯାଇଥିଲେ ।

Leave A Reply

Your email address will not be published.