oom

ରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ପରିବାରର ସହାୟତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ନିଧି ସଂଗ୍ରହ ଅଭିଯାନ ଚାଲିଛି । ଦଶ ଟଙ୍କାର କୁପନ ଆରମ୍ଭ କରି ଯିଏ ଯେତେ ଅଧିକ ଟଙ୍କା ଦେବେ, ରାମ ମନ୍ଦିର ଟ୍ରଷ୍ଟ ତରଫରୁ ଜନ ସାଧାରଣ ଟ୍ରଷ୍ଟ୍‌ର ଏକାଉଣ୍ଟରେ ସିଧାସଳଖ ବ୍ୟାଙ୍କ ଏକାଉଣ୍ଟରେ ଟଙ୍କା ଜମା କରିପାରିବେ । ବିଭିନ୍ନ ବର୍ଗର ଲୋକେ ଖୁସିର ସହ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନରେ ସାମିଲ ହେଉଛନ୍ତି । ଏପରିକି ମୁସଲମାନ ପରିବାର ଲୋକେ ମଧ୍ୟ ମନ୍ଦିର ନିର୍ମାଣ କାର୍ୟ୍ୟରେ ନିଧି ସଂଗ୍ରହ ଅଭିଯାନ ବେଳେ ସାମିଲ ହୋଇ ଦାନ ଦେଉଥିବା ଦେଖିବାକୁ ମିଳୁଛି । ଗତ କାଲି ମାଣ୍ତୋସିଲ ଠାରେ ନିଧି ସଂଗ୍ରହ ଅଭିଯାନ ବେଳେ ମହମ୍ମଦ ହନିଫ୍, ଆଜାଦ୍ ହିନ୍ଦ ଫୌଜର ସେନାନୀ ସ୍ବର୍ଗତ ରମଜାନ କୁରେସୀଙ୍କ ପୁଅ ଗୁଜଲା କୁରେସୀ, ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତରେ ମନ୍ଦିର ନିର୍ମାଣ ପାଇଁ ସହାୟତା ଦେଇଥିଲେ । ଛିନ୍ଦେଇକେଲା ଠାରେ ମଧ୍ୟ ନିଧି ସଂଗ୍ରହ ଅଭିଯାନରେ ଗ୍ରାମର ଡା. ଜୟଚନ୍ଦ୍ର ଜୀବନ ରେଖା ରକ୍ତ ସହାୟତା ସଂଘ ତରଫରୁ ଦଶ ହଜାର ପାଞ୍ଚ ଟଙ୍କା, ନନ୍ଦି କିଶୋର ନନ୍ଦ ପାଞ୍ଚ ହଜାର ପାଞ୍ଚ ଟଙ୍କା ଏବଂ ଗ୍ରାମବାସୀ ମାନଙ୍କ ତରଫରୁ ଚାଳିଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ନିଧି ସଂଗ୍ରହ ଅଭିଯାନ ସମୟରେ ଲଳିତ ଜଗତ, ଚନ୍ଦ୍ର ମାଝୀ, ଦୁଃଶାସନ କୁମ୍ଭାର, ରାଜେନ୍ଦ୍ର ସେଠ, ରଜନୀ କାନ୍ତ ସାହୁ, ବିରଞ୍ଚି ବେହେରା, ବୀର କିଶୋର ନନ୍ଦ, ଗୋକୁଳ ବେହେରା, ନିଳୟ ସାହୁ, ଆକାଶ ସାହୁ, ପ୍ରମୋଦ ସାହୁ, ଶ୍ରୀତମ ସାହୁ, ସତ୍ୟ ସାହୁ, ଅନିଲ ସାହୁ, ଜତିନ ସାହୁ, ସୁବାଷ ଚନ୍ଦ୍ର ହଂସ ଆଦି ସାମିଲ ଥିଲେ ।

jittmm
Leave A Reply

Your email address will not be published.