ସ୍ୱର୍ଗତ ଚାଳକ ପରିବାରକୁ ବସ କର୍ମଚାରୀ ସଂଘର ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : ମା’ ଭୈରବୀ ବସ କର୍ମଚାରୀ ସଙ୍ଘ, ବୌଦ୍ଧ ତରଫରୁ ବସ ଚାଳକ ସ୍ୱର୍ଗତ ବସୁଦେବ ସୁଆରଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ସଙ୍ଘ ସଂପାଦକ ଦିଲ୍ଲୀପ କୁମାର ସାହୁ, ସଦସ୍ୟ ଅନିଲ କୁମାର ମହାନନ୍ଦିଆ, ସୁରେନ୍ଦ୍ର ପ୍ରଧାନ, ହର୍ଷ ଦୀପ, ଅମିତ ରାଜ ପ୍ରମୁଖ ଖୁଣ୍ଟିଗୋରା ପଞ୍ଚାୟତ ଉଡେର(ଜାମକାନୀ) ସ୍ଥିତ ସ୍ୱର୍ଗତ ସୁଆରଙ୍କ ଘରକୁ ଯାଇ ତାଙ୍କ ବିଧବା ପତ୍ନୀ ଓ ପୁଅକୁ ସମବେଦନା ଜଣାଇବା ସହିତ ବସ୍ତ୍ର ଏବଂ ପାଞ୍ଚ ହଜାର ଟଙ୍କା ଆର୍ଥିକ ରାଶି ସହାୟତା ପ୍ରଦାନ କରିଥିଲେ । ସ୍ୱର୍ଗତ ସୁଆର ଦୀର୍ଘ ବର୍ଷ ହେବ ବସ ଡ୍ରାଇଭର ଭାବେ କାମ କରୁଥିଲେ । ସେ କର୍କଟ ରୋଗରେ ପୀଡିତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କର ଦେହାନ୍ତ ହେବା ପରେ ତାଙ୍କ ପରିବାର ଅସହାୟ ହୋଇପଡିଛି । ଘରେ ବିଧବା ପତ୍ନୀ, ଛୋଟ ପୁଅ ଓ ଦେଢଶାଶୁ ରହିଛନ୍ତି ।

Leave A Reply

Your email address will not be published.