oum

ସମାଜସେବୀଙ୍କ ହସ୍ତକ୍ଷେପ ପରେ ୩ ଭଉଣୀ ପାଇଲେ ସରକାରୀ ସହାୟତା

jsm

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ମଝିପାଟଣା ଗାଁରେ ୩ ଅନାଥ ଶିଶୁ ଅସହାୟ ଅବସ୍ଥାରେ ରହୁଥିଲେ । ଗ୍ରାମର ଦୁର୍ଯ୍ୟାଧନ ମଲ୍ଲିକଙ୍କ କିଛିଦିନ ତଳେ ଦେହାନ୍ତ ହୋଇଥିଲା । ୩ ବର୍ଷ ତଳେ ତାଙ୍କ ପତ୍ନୀ ଜଣ୍ଡିସରେ ମୃତ୍ୟୁବରଣ କରିଥିଲେ । ବଡ ଝିଅ ନିରୁପମା ୧୦ ପାସ କରିଛନ୍ତି । ମଝିଆ ଝିଅ ଜ୍ୟୋତି ସପ୍ତମ ଶ୍ରେଣୀରେ ପାଠପଢା ଛାଡିଛନ୍ତି । ସାନ ପୁଅ ରାଜା ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ବାପାଙ୍କର ଶୁଦ୍ଧିକ୍ରିୟା କରିବା ପାଇଁ ପଇସା ନ ଥିବାରୁ ଶୁଦ୍ଧିକ୍ରିୟା ହୋଇ ପାରିନଥିଲା । ଗୋଟିଏ ବଖରା ଘରେ ଅତି ଦୟନୀୟ ଅବସ୍ଥାରେ ସମସ୍ତ ଶିଶୁ ରହୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବରକୁ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଟ୍ୱିଟର ମାଧ୍ୟମରେ ଯାଜପୁର ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଯୋଗ ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଂଚି ତଦନ୍ତ କରିଥିଲେ । ସେମାନେ ପଢିବା ପାଇଁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କହିଛନ୍ତି । ସେହିପରି ତାଙ୍କୁ ଘର ମିଳିଛି କିନ୍ତୁ ତାଙ୍କର ମାମୁ ତିଆରି କରୁଛନ୍ତି ଯାହା ଅଧ ଖଣ୍ଡିଆ ହୋଇ ରହିଛି । ଖୁବ ଶୀଘ୍ର ତାହା ସମ୍ପୂର୍ଣ୍ଣ କରାଯିବ ବୋଲି ଉତ୍ତର ରଖିଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି ଉଦ୍ୟମକୁ ତିନି ଭଉଣୀ ପ୍ରଶଂସା କରି ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.