କେସିଙ୍ଗା, (ପ୍ରୀତେଶ ପଟେଲ) : “ବନ୍ଦେ ମାତରମ୍ “ଗାନର ସହେ ପଚାଶ ବାର୍ଷିକ ବର୍ଷ ପୂର୍ତ୍ତି ଅବସରରେ ଆଜି କେସିଙ୍ଗା ପିଏମ୍ ଶ୍ରୀ ସ୍କୁଲ୍ ପଡିଆ ଠାରେ କେସିଙ୍ଗା ଏନ୍ଏସି ଆୟୋଜିତ ସାମୁହିକ ବନ୍ଦେ ମାତରମ୍ ଗାନ କାର୍ଯ୍ୟକ୍ରମ କରାଗଲା । ଏହି ଅବସରେ କେସିଙ୍ଗାର ସମସ୍ତ ସ୍କୁଲ ଓ କଲେଜ, ଗଣମାଧ୍ୟମ ସଂଘର ପ୍ରତିନିଧି, ରାଜନୈତିକ ଦଳର ପ୍ରମୁଖ ସଦସ୍ୟ ତଥା କେସିଙ୍ଗା ଏନ୍ଏସି ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସାମୁହିକ ବନ୍ଦେ ମାତରମ୍ ଗାନ କରିଥିଲେ । ତାପରେ କେସିଙ୍ଗା ଏନ୍ଏସି ପରିସରରେ କେସିଙ୍ଗା ଅଧ୍ୟକ୍ଷ ନୃପରାଜ ୟାଦବ ତଥା ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ସବୁଜ ରଙ୍ଗର ପତକା ଦେଖାଇ ଆରମ୍ଭ କଲେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର । ଯାହାର କାମ କେସିଙ୍ଗା ବାରଟି ୱାର୍ଡରେ ବୁଲି ବୁଲି ସରକାରଙ୍କ ତେର ଗୋଟି ଯୋଜନା ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଇବା ସହ ସମାଧାନ କରିବା । ଯେମିତି ସୁଭଦ୍ରା ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଶ୍ୱକର୍ମା ଯୋଜନା, ରାସନ କାର୍ଡ, ଗରିମା କାର୍ଡ ଏହି ପ୍ରକାର ବିଭିନ୍ନ ଯୋଜନାର ଆବେଦନକାରୀର ଅଭିଯୋଗକୁ ସଫଳତାର ସହିତ ସମାଧାନ କରିବା । ଏହି ଅବସରରେ ଉପସ୍ଥିତ ଥିଲେ କେସିଙ୍ଗା ଏ ବି ଡି ଓ ସିଦ୍ଧେଶ୍ଵର ମେହେର, ରାମ କୁମାର ଜୈନ, ରମା କାନ୍ତ ଜେନା, ରୋହିତ ଜୈନ, ବିଜେପିର ସଭାପତି ପିଙ୍କୁ ପରିଡା, ସମ୍ପାଦକ ଯୁଗଳ କିଶୋର ଦୀପ, ସୁନୀଲ ଜୈନ, ବିମଳା ବାଗ, ସରିତା ସିନ୍ଦୂର, ପ୍ରଶାନ୍ତ ବାନାର୍ଜୀ, ପ୍ରୀତେଶ ପଟେଲ କୁନା ଦାଶ, ଚ୍ଛେଲା ଉଦ୍ଧବ ସାହା ଓ କେସିଙ୍ଗା ଏନ୍ ଏ ସି ର ସମସ୍ତ କର୍ମଚାରୀ ଏବଂ ପରିଚାଳନା କରିଥିଲେ ବରିଷ୍ଠ ଉଦ୍ଘୋଷକ ବି. ଚନ୍ଦ୍ର ଶେଖର ଆଚାରି ଓ ଜୀ. କ୍ରିଷ୍ଣା ରେଡି ।