oom

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି କୁଆପଥର ବର୍ଷା ପ୍ରଭାବିତ ମଣିପୁରକୁ ୧୫୩.୩୬ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛି

jsmm
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି
  • ୨୦୨୪-୨୫ ବର୍ଷରେ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ଏସ୍‌ଡିଆର୍‌ଏଫ୍‍ ଅଧିନରେ ୨୦,୨୬୪.୪୦ କୋଟି ଏବଂ ଏନ୍‌ଡିଆର୍‌ଏଫ୍‌ ଅଧିନରେ ୧୯ଟି ରାଜ୍ୟକୁ ୫୧୬୦.୭୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି (ଏଚ୍‌ଏଲ୍‌ସି) ୨୦୨୪ ମସିହାରେ କୁଆପଥର ବର୍ଷା ଦ୍ୱାରା ପ୍ରଭାବିତ ମଣିପୁରକୁ ଅତିରିକ୍ତ ୧୫୩.୩୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍)ରୁ ଏହି ସହାୟତା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍‌ଏଫ୍)ରେ ଉପଲବ୍ଧ ବର୍ଷର ପ୍ରାରମ୍ଭିକ ବଳକା ଅର୍ଥର ୫୦ ପ୍ରତିଶତରେ ସମଯୋଜନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରାକୃତିକ ଦୁର୍ବିପାକ ଏବଂ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି । ଏହି ଅତିରିକ୍ତ ସହାୟତା କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକୁ ଜାରି କରାଯାଇଥିବା ଏସ୍‌ଡିଆର୍‌ଏଫ୍ ପାଣ୍ଠିର ଅତିରିକ୍ତ ଅଟେ, ଯାହା ପୂର୍ବରୁ ରାଜ୍ୟମାନଙ୍କ ପାଖରେ ଉପଲବ୍ଧ ରହିଛି । ଆର୍ଥିକ ବର୍ଷ ୨୦୨୪-୨୫ରେ, କେନ୍ଦ୍ର ସରକାର ଏସ୍‌ଡିଆର୍‌ଏଫ୍‍ ଅଧୀନରେ ୨୮ଟି ରାଜ୍ୟକୁ ୨୦,୨୬୪.୪୦ କୋଟି ଟଙ୍କା ମଂଜୁର କରିଛନ୍ତି ଏବଂ ଏନ୍‌ଡିଆର୍‌ଏଫ୍‍ ଅଧିନରେ ୧୯ଟି ରାଜ୍ୟକୁ ୫୧୬୦.୭୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅତିରିକ୍ତ ଭାବେ ୧୯ଟି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଏମ୍‌ଏଫ୍)ରୁ ୪୯୮୪.୨୫ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଏମ୍‌ଏଫ୍)ରୁ ୮ଟି ରାଜ୍ୟକୁ ୭୧୯.୭୨ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏସ୍‌ଡିଆର୍‌ଏଫ୍ ଅଧୀନରେ ଗୋଟିଏ ରାଜ୍ୟକୁ ୮୯୫.୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ୭ଟି ରାଜ୍ୟକୁ ଏନ୍‌ଡିଆର୍‌ଏଫ୍ ଅଧୀନରେ ୯୨୯.୬୩୩ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.