tur
shyamlal

ସରକାରୀ ସହାୟତାରୁ ବଞ୍ଚିତ ବିଷ୍ଣୁ ପାଇକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତ ଗଣ୍ତପାଲି ଗ୍ରାମର ବିଷ୍ଣୁ ପାଇକଙ୍କ ବୟସ ପାଖାପାଖି ୭୦ରୁ ଅଧିକ ହେଲାଣି । ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଦୀର୍ଘ ଦଶନ୍ଧି ଧରି ଭାରତ ସ୍ୱାଧୀନତା ପାଇଲା ପରେ ମଧ୍ୟ ଦେଶର ପ୍ରତ୍ୟେକ ନାଗରିକ ସୁବିଧା ସୁଯୋଗ ଅଧିକାର ପାଇ ପାରୁନାହାନ୍ତି । ବିଷ୍ଣୁ ପାଇକ ଙ୍କ ଆଧାର କାର୍ଡ ଅନୁଯାୟୀ ବୟସ ୬୨ ବର୍ଷ କିନ୍ତୁ ପ୍ରକୃତରେ ସେହି ବୃଦ୍ଧଙ୍କୁ ଦେଖିଲେ ୭୦ ବର୍ଷରୁ ଅଧିକ ହେଲାଣି । ସରକାରୀ ସହାୟତା ପାଉନ ଥିବା ବେଳେ ସେ ଆଜି ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହେଉଛନ୍ତି । ପାଇକମାଲ ବ୍ଳକ ପ୍ରଶାସନ ଓ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ନେଇ ଅନେକ ନେତାଙ୍କର ଆଖି ପଡୁଥିଲେ ମଧ୍ୟ ବୃଦ୍ଧଙ୍କୁ କୌଣସି ସହାୟତା ମିଳି ପାରୁନାହିଁ । ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର ସେହି ବୃଦ୍ଧଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲେ । ତୁରନ୍ତ ବୃଦ୍ଧଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳର ଜନ ସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି ।

Leave A Reply

Your email address will not be published.