om academy

ମହାରାଷ୍ଟ୍ରର ବୃଦ୍ଧାଙ୍କୁ ସମାଜସେବୀଙ୍କ ସହାୟତା

jsm

ବରଗଡ, (ନିରୋଜ କୁମାର ପାଣୀ) : ଗତ ରବିବାର ଦିନ ଦୁଇ ଜଣ କଲେଜ ଛାତ୍ର ସୁରତ୍ନ ପାତ୍ର ଓ ବିକାଶ ସାହୁ କୌଣସି କାମରେ ବରଗଡ ରେଳ ଷ୍ଟେସନ୍‌ରେ ଥିବା ସମୟରେ ଜଣେ ବୃଦ୍ଧା ରେଳରୁ ଓହ୍ଲାଇବା ବେଳେ ପଡ଼ି ଯାଇଥିବା ଦେଖିଥିଲେ । ସେମାନେ ତୁରନ୍ତ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ବରଗଡ ରେଳ ସୁରକ୍ଷା ଥାନାକୁ ହସ୍ତାନ୍ତର କରିଥିଲେ । ଉକ୍ତ ବୃଦ୍ଧାଙ୍କୁ ପଚରା ଉଚରା କଲା ପରେ ଜଣାପଡ଼ିଥିଲା ଯେ, ସେ ହେଲେ ୭୪ ବର୍ଷୀୟା ଦ୍ରୁପଦ ବାଇ ଯିଏ କି ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାର ନିବାସୀ ଓ ନିଜ ପରିବାରର କଳହ ସହି ନପାରି ନିଜ ଘର ଛାଡ଼ି ପଳାଇ ଆସିଛନ୍ତି । ସେ ଏମିତି ୩ ମାସ ହେବ ରେଳରେ ସହର ସହର ବୁଲୁଛନ୍ତି । ପରେ ବରଗଡ ରେଳୱେ ପୋଲିସ୍ ସହରର ଜଣାଶୁଣା ସମାଜସେବୀ ସଂଘମିତ୍ରା ପଟେଲଙ୍କୁ ଖବର ଦେଇଥିଲେ । ଶ୍ରୀମତୀ ପଟେଲ୍ ସମାଜସେବୀ ଆରତୀ ଅଗ୍ରୱାଲଙ୍କ ସହ ରେଳ ଷ୍ଟେସନ୍‌ ଯାଇ ଉକ୍ତ ବୃଦ୍ଧାଙ୍କ ଭଲ ମନ୍ଦ ବୁଝିଥିଲେ ଓ ତାଙ୍କୁ ବରଗଡ ବେସରକାରୀ ବସ୍‌ଷ୍ଟାଣ୍ଡ ପାଖରେ ଥିବା ସରକାରୀ ଆବାସ କେନ୍ଦ୍ରରେ ରଖିବାର ବ୍ୟବସ୍ଥା କରିଥିଲେ । ପରଦିନ ଉକ୍ତ ମହିଳାଙ୍କୁ ଶ୍ରୀମତୀ ପଟେଲ ବୁଝାଇ ସୁଝାଇ ତାଙ୍କ ଘରକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିବା ସହ ରେଳରେ ବସାଇ ତାଙ୍କ ଘରକୁ ପଠାଇଥିଲେ । ଶ୍ରୀମତୀ ପଟେଲଙ୍କ ଜନସେବା ପାଇଁ ଥିବା ନିଷ୍ଠା ଓ ଆରତୀ ଅଗ୍ରୱାଲଙ୍କ ସହଯୋଗ ଦ୍ଵାରା ଏତେବଡ ମହତ୍ କାର୍ଯ୍ୟଟି ସମାପନ ହୋଇ ପାରିଲାବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.