ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ପଡି ବାଳକର ମୃତ୍ୟୁ ଘଟଣା :
ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ ଓ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱରର ୟୁନିଟ୍‌-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା State Disaster Response Fundରୁ ପ୍ରଦାନ କରାଯିବ ।

Leave A Reply

Your email address will not be published.