ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲେ ଭଟଲି ବିଧାୟକ ସୁଶାନ୍ତ ସିଂ

ବରଗଡ, (ନିରୋଜ କୁମାର ପାଣୀ) : ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ସୂଚନା ଅନୁସାରେ ଆଜି ଜଣେ ଅସହାୟ ବୃଦ୍ଧା ମଧୁବାବୁ ପେନସନ୍‌ ପାଇବା ପାଇଁ ଏକ ପ୍ଲାଷ୍ଟିକ ଚେୟାର୍‌ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ ଯିବା କଥା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖି ବିଚଳିତ ହୋଇପଡିଥିଲେ ଅସହାୟର ବନ୍ଧୁ ଭଟଲି ବିଧାୟକ ସୁଶାନ୍ତ ସିଂ । ଅସହାୟ ବୃଦ୍ଧାଙ୍କର ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରି ସଂଗେ ସଂଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ । ବିଧାୟକଙ୍କଠୁ ସୂଚନା ପାଇ ତତ୍ପରତା ଦେଖାଇଥିଲେ ବିଭାଗୀୟ ଅଧିକାରୀ । ବୃଦ୍ଧା ଜଣଙ୍କୁ ଏକ ସ୍ୱତନ୍ତ୍ର ଗାଡି ସାହାଯ୍ୟରେ ବ୍ୟାଙ୍କ ଆଣି ତାଙ୍କୁ ତାଙ୍କର ୬ ମାସର ବାର୍ଦ୍ଧକ୍ୟ ଭତ୍ତା ହାତରେ କ୍ୟାସ ଦେବା ସହିତ ଆଗକୁ ତାଙ୍କୁ ପଞ୍ଚାୟତ ସ୍ତରରେ ଘରେ ରହି ପେନସନ୍‌ ଟଙ୍କା ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଇଥିଲେ । ତାଙ୍କୁ ବ୍ଲକ ସ୍ତରରେ ଏକ ଟ୍ରାଇସାଇକେଲ ଯୋଗାଇ ଦେବା ପାଇଁ ସେ ପ୍ରତିଶୃତି ଦେଇଛନ୍ତି । ଭଟଲି ବିଧାୟକ ସୁଶାନ୍ତ ସିଂ ବରଗଡ଼ ଜିଲ୍ଲାର ଅନେକ ଗରିବ ଓ ଅସହାୟ ଲୋକଙ୍କ ସାହାଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମାତ୍ର ଉକ୍ତ ଘଟଣାଟି ନବରଙ୍ଗପୁର ଜିଲ୍ଲାର ହୋଇଥିଲେ ମଧ୍ୟ ଭଟଲି ବିଧାୟକ ସୁଶାନ୍ତ ସିଂ ତତ୍ପରତା ଦେଖାଇ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ବିଧାୟକଙ୍କ ବଦାନ୍ୟତା ତଥା ବରିଷ୍ଠ ନାଗରିକଙ୍କୁ ଉଚିତ୍‌ ସମ୍ମାନ ପାଇଁ ବୁଦ୍ଧିଜୀବୀ ମହଲରେ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.