om academy

ସହରସେବା ସମିତିର ୧୦ମ ବାର୍ଷିକୋତ୍ସବ ସଂପନ୍ନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହର ସେବା ସମିତିର ୧୦ମ ବାର୍ଷିକୋତ୍ସବ ହୋଟେଲ୍ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱ ଓ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବାର୍ ଆସୋସିଏସନ୍‌ର ସଭାପତି ରମେଶ ବଳ ଉଦ୍‌ଘାଟକ ଭାବେ ଯୋଗଦେଇ କହିଲେ ଯେ ଉତ୍କଳ କେଶରୀଙ୍କ ଜୟନ୍ତୀରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ତା’ର କାର୍ଯ୍ୟକଳାପ ଯୋଗୁଁ ସହରରେ ଚର୍ଚ୍ଚିତ ହୋଇପାରିଛି । ଉତ୍କଳ କେଶରୀଙ୍କ ସ୍ମୃତି ଚାରଣ କରି କହିଲେ ଯେ ଡଃ ମହତାବ ଥିଲେ ଓଡିଶାର ଗର୍ବ ଓ ଗୌରବ । ରାଉରକେଲା ପାଇଁ ତାଙ୍କ ଅବଦାନ ଅତୁଳନୀୟ । ସହର ତଥା ସମାଜର ବିଭିନ୍ନ ସମସ୍ୟାକୁ ଲୋକ ପ୍ରତିନିଧି ତଥା ପ୍ରଶାସନ ପାଖରେ ଉପସ୍ଥାପିତ କରି ତାହାର ସମାଧାନ କରିପାରିଲେ ଅନୁଷ୍ଠାନର କୀର୍ତ୍ତି ପ୍ରସାରିତ ହେବ ବୋଲି ସେ କହିଥିଲେ । ଆବାହକ ଶ୍ରୀ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିବା ସହ ନୂତନ କମିଟି ଘୋଷଣା କରିଥିଲେ । ନୂତନ କମିଟିରେ ମନୋରଞ୍ଜନ ଦାଶ ସଭାପତି, ସୁନିଲ କାୟଲ କାର୍ଯ୍ୟକାରୀ ସଭାପତି, ପୁଷ୍ପା ଲେଙ୍କା ଉପସଭାପତି, ଶ୍ରବଣ କୁମାର ପାରିଖ ସାଧାରଣ ସଂପାଦକ, ଅଞ୍ଜଳୀ ଦାସ ଓ ଇଂ ନରେନ୍ଦ୍ର ଦାସ ଯୁଗ୍ମ ସଂପାଦକ, ସ୍ମିତା ମିଶ୍ର କୋଷାଧ୍ୟକ୍ଷ ତଥା କାର୍ଯ୍ୟକାରୀ ସଦସ୍ୟ ଭାବେ ଶଙ୍କର ପ୍ରସାଦ ସରକାର, ଚନ୍ଦ୍ରଶେଖର ପାଢୀ, ପ୍ରଫୁଲ୍ଲ ନାୟକ, ରାଜୀବ ସିଂହ, ରାଜେଶ ବାନାର୍ଜୀ ଓ ପ୍ରତାପ ପାଢୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଶ୍ରୀ କାୟଲ, ସାଧାରଣ ସଂପାଦକ ଶ୍ରୀ ପାରିଖ କାର୍ଯ୍ୟକ୍ରମ ଓ ଅନୁଷ୍ଠାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ‘ଦୂତ’ର ପ୍ରତିଷ୍ଠାତା ସମାଜସେବୀ କ୍ରିଷ୍ଣା ସାହୁ, କଳାକାର ଆସୋସିଏସନ୍‌ର ସଭାପତି ଶଙ୍କର ଜେନା, ବଂଶୀ ବାଦକ ବିଜୟ ମୋହିନୀଙ୍କ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ସଂଗୀତ ଶିଳ୍ପୀ ଓ ବାଦ୍ୟ ଶିଳ୍ପୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଉପସ୍ଥିତ ଥିବା ଶ୍ରମିକନେତା ଦିଗମ୍ବର ମହାନ୍ତି, ଚମନ ସାହୁ, କବି କୁଞ୍ଜବିହାରୀ ରାଉତ, କୁମକୁମ ପ୍ରସାଦ, ମରୁମାୟା ମହାନ୍ତି, ଅଶେଷ ମଣ୍ଡଳ, ଶଙ୍କର ସରକାର, ଅକ୍ଷୟ ଦାସ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ମାଟି ପୂଜନ ଓ ଦିବଙ୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସୁରଭି ଅନୁଷ୍ଠାନର ସରୋଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅକ୍ଷୟ ଧଳ, ବୈଲୋଚନ ସାହୁ, ସୁବାସ ଲେଙ୍କା ଓ ସମିତି ପକ୍ଷରୁ ସମସ୍ତ ସଭ୍ୟଙ୍କ ସକ୍ରିୟ ସହଯୋଗ ରହିଥିଲା । ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଶ୍ରମିକ ନେତା, ଆଇନଜୀବୀ, ସାମ୍ବାଦିକ ତଥା ଜନ ସାଧାରଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.