କଲରାପତରିଆ ବାଘ ଏବେ ସହର ଭିତରେ : ଭିଡିଓ ଭାଇରାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କଲରାପତରିଆ ବାଘ ସହର ଭିତରେ ବୁଲୁଥିବା ନେଇ ଭାଇରାଲ ହେବାରେ ଲାଗିଛି ଏକ ଭଡିଓ । ଗତ ୧୬ ତାରିଖ ରାତି ୧୧ଟାରେ ବଲାଙ୍ଗିର ସହରର ଉପକଣ୍ଠରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପାଖ ଜଙ୍ଗଲରେ ଏକାଧିକ ବାଘ ବୁଲୁଥିବାର ଚର୍ଚ୍ଚା ଜୋର୍‌ ଧରିଛି । ଏସଂକ୍ରାନ୍ତରେ ଏକ ଭିଡିଓ ସୋସିଆଲ ମିଡିଆରେ ଅତର୍ଚ୍ଛା ଘୁରି ବୁଲୁଛି । ଏପରିକି ଭିଡିଓେରେ ଚାରୋଟି ବାଘ ଦେଖିବାକୁ ମିଳିଛି । ଏହାକୁ ନେଇ ସହର ବାସୀ ଆଶଙ୍କିତ ଥିବା ଜଣାପଡିଛି । ତେବେ ପରବର୍ତ୍ତୀ ସମୟରେ ଏହି ଭିଡିଓଟି ଗୋଳାବାରୁଦ କାରଖାନା ଅଚଂଳର ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେ ଯାହା ହେଉ, ତେବେ ବଲାଙ୍ଗିର ଜିଲ୍ଲାରେ ବାଘର ଉପସ୍ଥିତିକୁ ଅସ୍ୱୀକାର କରାଯାଇ ନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.