jayashree

ସହଯୋଗ ଫାଉଣ୍ଡେସନ ଦ୍ୱାରା ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ସହିତ କୃତଜ୍ଞତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃତଜ୍ଞତା ହେଉଛି ଏକ ଭାବନା ଯାହା ଆମ ଚାରିପାଖରେ ଥିବା ସମସ୍ତ ଶୁଭଫଳକୁ ହୃଦୟଙ୍ଗମ କରିବାର ସୁଯୋଗ ଦେଇଥାଏ । କୃତଜ୍ଞତା ହେଉଛି ଏକ ଏମିତି ମାଧ୍ୟମ ଯେତେବେଳେ ଆମେ ସମସ୍ତେ ନିଜ ଜୀବନରେ ଅନୁଭବ କରୁଥିବା ସୁଖ ଏବଂ ଶାନ୍ତି ପାଇଁ କୃତଜ୍ଞ ହେବା ପାଇଁ ଏକତ୍ରିତ ହୋଇଥାଉ । କୃତଜ୍ଞତା ହେଉଛି ଏକ ଭାବନା ଯାହା ଆମକୁ ଘେରି ରହିଥିବା ସୌନ୍ଦର୍ଯ୍ୟ ଦେଖିବାର କ୍ଷମତା ଦେଇଥାଏ । ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଆଜି ସମାଜ ତଥା ସହଯୋଗ ଫାଉଣ୍ଡେସନ ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କୁ ସମ୍ମାନିତ କରିଛି । ଆଜିର କୃତଜ୍ଞତା ଦିବସ ଏବଂ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଏ. ୟୁ. ସିଂହଦେଓ ଏବଂ ବଲାଙ୍ଗିର ମ୍ୟୁନିସିପାଲଟିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉପସ୍ଥିତ ଥିଲେ । ଉଭୟ ଅତିଥି ସହଯୋଗ ଫାଉଣ୍ଡେସନରେ ଚାଲିଥିବା ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ସର୍ବଦା ସହଯୋଗର ହାତ ରହିବ ବୋଲି କହିଥିଲେ । ଆଜିର କାର୍ଯ୍ୟକ୍ରମରେ ଶ୍ରୀମତୀ ସବିତା ମୁନି, ଶ୍ରୀମତୀ ସୁଜତା ସିଂ, ଶ୍ରୀମତୀ ନାନକୀ ଅଗ୍ରୱାଲ, ଶ୍ରୀମତୀ ନୀଲମ ଅଗ୍ରୱାଲ, ଦୀପକ ଜୈନ, ତୋଫାନ ପାତ୍ର, ସୁଦୀପ୍ତ ତ୍ରିପାଠୀ, ଶଙ୍କର ଦୀପ, ଅଚୁତ ସାହୁ, ରାଜେଶ ଲଖାନି, କହ୍ନେୟା ଲାଲ ମାଲଙ୍ଗ, ନରେଶ ପଟେଲ, ପିୟୁଷ ଅଗ୍ରୱାଲ, ପରେଶ ଅଗ୍ରୱାଲ, ରାମନାରାୟଣ ଦାଶ, ପ୍ରଭାତ ଶ୍ରୀବାସ୍ତବ, ରଶ୍ମିକାନ୍ତ ସେଠ, ପୱନ ବଂଶଲ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସୁମିତ ଚୌଧରୀ ଏବଂ ରୋହିତ ଅଗ୍ରୱାଲଙ୍କୁ ଉତ୍କୃଷ୍ଟ ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା । ଆଜିର ଅନ୍ନପୂର୍ଣ୍ଣା ସେବା ବଲାଙ୍ଗିରର ଜନନେତା ସ୍ୱର୍ଗତ ଲଲିତ ନାୟକ ଏବଂ ହରିଚନ୍ଦ ମୋଦୀଙ୍କ ପ୍ରଥମ ପୁଣ୍ୟତିଥି ପାଇଁ ଉତ୍ସର୍ଗ କରାଯାଇଥିଲା । ସୋମନାଥ ମିଶ୍ର, ରତନ ମହାରାଣା, ସନ୍ତୋଷ ମୋଦୀ, ରାଜକୁମାର ମୋଦୀ, ଶ୍ରୀକାନ୍ତ ଶର୍ମା, ରାମବାତର ଅଗ୍ରୱାଲ, ବିଜୟ ମୋଦୀ, ଭଜନ ମୋଦୀ, ରାଜେଶ ଅଗ୍ରୱାଲ, କେଦାର ଅଗ୍ରୱାଲ, ଅନୁରାଗ ଅଗ୍ରୱାଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସହଯୋଗ ଫଉଣ୍ଡେସନର ସମ୍ପାଦିକା ପିଙ୍କି ମୋଦୀ ଧନ୍ୟବାଦ ଦେବା ସଙ୍ଗେ ବହୁତ ଶୀଘ୍ର ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.