
ବଲାଙ୍ଗିର, (କେପିଏନ୍ଏସ୍) : କରୋନା ବେମାର୍ ଲାଗି ଇହାଦେ ସାରା ଦେଶ୍ ଥି ହାହାକାର୍ ଲାଗି ରହିଛେ । ଇ ବେମାର୍ ଲାଗି ଇହାଦେ କିହେ କାହାରିର୍ ବିପଦ୍ ଆପଦ୍ନେ ବି ଠିଆ ହେବାର୍ କେ ଡରି ମରୁଛନ୍ । ହେତିର୍ ଲାଗି କେତେ ଆଡେ କେତେ ହୁରୁଦ୍ଫଟା କଥା ସବୁ ଶୁନ୍ବାର୍ କେ ମିଲୁଛେ, ଛାତି ଥରି ଯାଉଛେ । ଏନ୍ତା ସମିଆଁକେ ଅଁଟା ଭିଡ଼ି କରି ଆଗ୍କେ ଆସିଛନ କୋଭିଡ଼ ୱାରିଅର୍ ଗ୍ରୁପ୍ରର ସକ୍ରିୟ ସଦସ୍ୟ ସ୍ଵେଚ୍ଛାସେବୀ ଅଜୟ କୁମାର ନାଗ, ସୁନ୍ଦର ବିଶି ଓ ବିରସେନ୍ ସାହୁ । ସଇଁନ୍ତଲା ଅଞ୍ଚଲର୍ କରୋନା ଆକ୍ରାନ୍ତ ଜନେ ରୋଗୀ କେ ଭୀମ ଭୋଇ ସରକାରୀ ଡାକ୍ତଖାନାରେ ଦେଖେଇ ଫେର କିମ୍ସ୍ କୋଭିଡ଼ ସେଂଟର୍ ନେ ଭର୍ତି କରେଇଛନ୍ । ଏନ୍ତା ରୋଗୀ ମାନ୍କୁ ମେଡିକାଲ୍ ସାହାଯ୍ୟ ଦେଇ କରି କୋଭିଡ଼ ୱାରିଅର୍ ଗ୍ରୁପ୍ର ସକ୍ରିୟ ସଦସ୍ୟ ମାନେ ମାନବିକତାର ପରିଚୟ ଦେଉଛନ୍ ।
