oom

ସମାଜସେବୀଙ୍କ ଦୃଷ୍ଟି ଆକର୍ଷଣ ପରେ ସହଯୋଗ ପାଇବ ଅସହାୟ ଭାରତୀ

jsmm

କଳମପୁର : କଳମପୁର ବ୍ଲକ ପଣ୍ଡିଗାଁ ପାତ୍ରବସା ଗାଁର କ୍ଷୀରମୋହନ ଦୁର୍ଗା ଓ ଭାରତୀ ଦୁର୍ଗା ଦୁଇଜଣ ବାପା ମା’ ଛେଉଣ୍ଡ ପୁଅ ଝିଅ । ଖବର ଅନୁଯାୟୀ, ବିଗତ କିଛି ବର୍ଷ ତଳେ ବାପା ଶଙ୍କର ଦୁର୍ଗା ଆରପାରିକୁ ଛାଡି ଚାଲିଯିବା ପରେ ନିଜର ଜନ୍ମକଳା ମା’ ଘସେନ ବାଗ ଏହାର କିଛି ମାସ ପରେ ଦୁଇ ପୁଅ ଝିଅକୁ ଛାଡି ଅନ୍ୟତ୍ର ବାହା ହୋଇଗଲେ । ଫଳରେ ଦୁଇଜଣ ପୁଅ ଝିଅ ନିଜ ଭାଗ୍ୟକୁ ଆଦରି ଗୋଟିଏ ଭଙ୍ଗା ଘରେ ରହୁଥିଲେ । କ୍ଷୀରମଣି ବାହାରେ ରାଜ୍ୟରେ ଦାଦନ ଶ୍ରମିକ ଭାବରେ କାମ କରି ଯାହା ରୋଜଗାର କରି ଯାହା ପାଇଲେ ସେଥିରେ ନିଜେ ଚଲିବା ସହ ଭଉଣୀଙ୍କୁ କିଛି ଅର୍ଥ ପଠାଇଲେ ସେଥିରେ ଭଉଣୀ କଳମପୁରର କଲେଜ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢ଼ିବା ସହ ନିଜେ କଷ୍ଟେ ମଷ୍ଟେ ଚଳି ଯାଆନ୍ତି । ଭାରତୀ ରହୁଥିବା ଘର ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ତହସିଲ ପକ୍ଷରୁ ପଲିଥିନ ଖଣ୍ଡେ ଦେଇଛନ୍ତି । ଏମିତି ଏକ ହୃଦୟ ବିଦାରକ ଖବର ପଢି ଜାଣିବା ପରେ କିଛିଦିନ ତଳେ ନେହେରୁ ଯୁବକେନ୍ଦ୍ର ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ଜିଲ୍ଲା ଶିଶୁ ମଙ୍ଗଳ ସମିତିଙ୍କୁ ଜଣେଇଥିଲେ । ସମସ୍ୟା ବିଷୟରେ ଅବଗତ ହେବାପରେ ଡିସିପିୟୁଙ୍କ ନିର୍ଦ୍ଦେଶରେ ଶିଶୁ ମଙ୍ଗଳ ସମିତିର ଗୁଲାମ ଅମିବୁଲା ଖାଁଙ୍କ ସହ ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା, ଶମ୍ଭୁ ବିଶି, ତୁଲାରାମ ରଣା ପ୍ରମୁଖ ତାଙ୍କର ଘରକୁ ଯାଇ ସମସ୍ୟା ବିଷୟରେ ବୁଝିଥିଲେ । ସମସ୍ତ ତଥ୍ୟ ସଂଗ୍ରହ ପରେ ସରକାରଙ୍କ ସମସ୍ତ ଯୋଜନାରେ ତାଙ୍କୁ ସାମିଲ କରି ସହଯୋଗ କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ । ତାଙ୍କୁ ୬ ମାସ ପର୍ଯ୍ୟନ୍ତ ମାସିକ ଚାରି ହଜାର ଟଙ୍କା, ତାଙ୍କୁ ବିଡ଼ିଓଙ୍କ ଠାରୁ ଏକ ଘର ସହ ଜିଲ୍ଲାପାଳଙ୍କ ରେଡକ୍ରସ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଏହି ସମୟରେ ଗାଁର ୱାର୍ଡ ମେମ୍ବର ଯମୁନା ମାଝୀ, ଗୁଲାମ ଅବିମୁଳା ଖାଁ, ଯଶୋବନ୍ତ ରଣା, ଶମ୍ଭୁ ବିଶି, ତୁଲାରାମ ରଣା ଓ ଗାଁର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.