om academy

ଆଇବିଏସ୍ ପକ୍ଷରୁ ପ୍ରଶିକ୍ଷକ ଜ୍ଞାନ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଇବିଏସ୍‌ ବିଜନେସ୍ ସ୍କୁଲ୍ ପକ୍ଷରୁ ‘ପ୍ରଶିକ୍ଷକ ଜ୍ଞାନ ସହଭାଗିତା କାର୍ଯ୍ୟକ୍ରମ’ ହୋଟେଲ ପ୍ରେସିଡେନ୍ସିରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ୍‌ର ପ୍ରିନ୍ସିପାଲ ଡି. ଏନ୍. ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୋଲକାତାର ଆଇବିଏସ୍ ବିଜନେସ୍ ସ୍କୁଲର ପ୍ରଫେସର ସଂପ୍ରୀତ୍‌ ଚକ୍ରବର୍ତ୍ତୀ, କୁମାର ସାତ୍ୟକୀ ରାୟ ଯୋଗଦେଇଥିଲେ ।

ଏଥିସହ ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟରୁ ୩୦ରୁ ଅଧିକ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଯୋଗଦେଇଥିଲେ । ଭୁବନେଶ୍ୱର ଆଇବିଏସ୍ ପ୍ରତିଷ୍ଠାନର ଶାଖା ପରିଚାଳକ ଚିତ୍ତରଞ୍ଜନ ମହାପାତ୍ର ଓ କଟକ ଶାଖା ପରିଚାଳଳ ଶୁଭାଶିଷ ମହାନ୍ତି ଉପସ୍ଥିତ ଥିଲେ । ଭୁବନେଶ୍ୱର ଆଇବିଏସ୍ ପ୍ରତିଷ୍ଠାନର ଆସୋସିଏଟ୍ ଜେନେରାଲ ମ୍ୟାନେଜର ଆଶୁତୋଷ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.