ls

ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ : ୨ ଅଭିଯୁକ୍ତ ଗିରଫ

sb

ନୂଆପଡା, (ନିରାକାର ମେହେର) : ନୂଆପଡା ବନବିଭାଗକୁ ମିଳିଛି ବଡ଼ ସଫଳତା । ବୁଧୁବାର ପୂର୍ବାହ୍ନରେ ନୂଆପଡା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ସଦର ବ୍ଲକ ପାଗରପାଣି ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ କରିବାସହିତ ଦୁଇ ଅନ୍ତରାଜ୍ୟ କାଠ ବ୍ୟବସାୟୀଙ୍କୁ ଗିରଫ କରିଥିବା ସୂଚନା ରହିଛି । ତେବେ ଗିରଫ ଦୁଇ ଅନ୍ତରାଜ୍ୟ ବ୍ୟବସାୟୀ ସଦର ବ୍ଲକ ପାଗରପାଣି ଗାଁର ନୃତ ତାଣ୍ଡି ( ୬୫) ଓ କୃତ ତାଣ୍ଡି (୬୨) ବୋଲି ନୂଆପଡା ରେଞ୍ଜର ସୁନୀଲ କୁମାର ମିଶ୍ର ସୂଚନା ପ୍ରଦାନ କରିଥିବା ବେଳେ ଚଢାଉ କରିଥିବା ନୂଆପଡା ବନବିଭାଗର ସ୍ୱତନ୍ତ୍ର ଟିମ୍‌ରେ ସଦର ବନପାଳ ଖଗେଶ୍ୱର ମାଝୀ, ଟିକେଦେଇ ଶବର, ହିମାଦ୍ରୀ ସରାଫ ଏବଂ ବନରକ୍ଷୀ ପରମାନନ୍ଦ ତାଣ୍ଡି, ଘନଶ୍ୟାମ ଶବର, ସସ୍ମିତା ବାଗ, ଧନଞ୍ଜୟ ନିଆଲ, ସଚ୍ଚିଦାନନ୍ଦ ସାହୁ, ସୁଚିସ୍ମିତା ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.