
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଅଗଷ୍ଟ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚେନ୍ନେଇର ନେହେରୁ ଇନ୍ଡୋର ଷ୍ଟାଡିୟମ, ତାମିଲନାଡୁଠାରେ ଜାତୀୟ ସବ୍ ଜୁନିୟର କିକ୍ ବକ୍ସିଂ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠଙ୍କ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲା ଅମ୍ରେଚର କିକ୍ ବକ୍ସିଂ ସଂଘ ଓ ଶେଖର କିକ୍ ବକ୍ସିଂ ଏକାଡେମୀରୁ ଅଭିପ୍ସା ହୋତା (-୬୫) କେଜି ବର୍ଗ ପଏଣ୍ଟ ଫାଇଟରେ କାଂସ୍ୟ ପଦକ ହାସଲ କରି ଭୌରବ ଆଣିଛନ୍ତି । ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଜିଲ୍ଲା ଆମ୍ରେଚର କିକ୍ ବକ୍ସିଂ ସଂଘର ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର, କରାଟେ ସଂଘର ସଂପାଦକ ହୃଦୟ ଶବର ଓ ଶେଖର କିକ୍ ବକ୍ସିଂ ଏକାଡେମୀର ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ, ସଦସ୍ୟ ସୁରେନ୍ଦ୍ର ସାହୁ, ବଦ୍ରିନାଥ ହୋତା, ମୁରଲି ମହାକୁର ତଥା ପ୍ରମୁଖ ଖେଳାଳି କ୍ରିଷ୍ଣା, ଖ୍ୱାଇସ, କିରନ୍, ପ୍ରିୟାଂଶୀ ଇତ୍ୟାଦି ଶୁଭେଚ୍ଛା ଜଣାଇଥିଲେ ।