ls

ବରିକେଲ ସରପଞ୍ଚ ଦିନେଶ ସେଠଙ୍କ ଉଦ୍ୟମରେ ଗାଁରେ ଅଳିଆ ଆବର୍ଜନା ସଫେଇ କାର୍ଯ୍ୟ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିକେଲ ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚ ଦିନେଶ ସେଠଙ୍କ ଉଦ୍ୟମରେ ଆଜି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ବରିକେଲ ଗ୍ରାମର ବରିହାପଡ଼ାର ନାଳ ନର୍ଦ୍ଦମା ବହୁ ଦିନ ଧରି ଅଳିଆ ଆବର୍ଜନାରେ ପଡିରହିଥିବା ବେଳେ ଆଜି ରଫା, କୋଦଳ, ଡଲା ଧରି ସଫା କରାଯାଉଛି । ଟ୍ରାକ୍ଟର ଯୋଗେ ଅଳିଆ ଆବର୍ଜନାକୁ ବୋହି ବାହାରେ ପକାଇ ଦିଆଯାଇଛି ବୋଲି ସରପଞ୍ଚ ଶ୍ରୀ ସେଠ କହିଛନ୍ତି । ପଡ଼ାରେ ଅଳିଆ ଆବର୍ଜ୍ଜନା ମଇଳା ପାଣି ଜମି ରହିଥିବାରୁ ମଶାମାଛି ବୃଦ୍ଧି ପାଇବା ସାଙ୍ଗକୁ ପଡ଼ାବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାକୁ ଆଖି ଆଗରେ ରଖି ସଫେଇ କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି ସରପଞ୍ଚ କହିଛନ୍ତି । ବରିକେଲ ପଞ୍ଚାୟତକୁ ଏକ ସ୍ୱଚ୍ଛ ନିର୍ମଳ ଏବଂ ଆଦର୍ଶ ପଞ୍ଚାୟତ ଗଠନ ଦିଗରେ ପ୍ରୟାସ ଜାରି ରଖିବା ସହ ଏପରି ଜନ ସାଧାରଣଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ଆଗାମୀ ଦିନରେ କରିହେବ ବୋଲି ସରପଞ୍ଚ କହିଛନ୍ତି । ପଞ୍ଚାୟତରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା, ରାସ୍ତା ଘାଟ ଏବଂ ଅନ୍ୟାନ୍ୟ ସାମୁହିକ ସମସ୍ୟାର ସମାଧାନ ଧିରେ ଧିରେ କରିପାରିବେ ବୋଲି ମତପ୍ରକାଶ କରିଥିଲେ । ଏହି ସଫେଇ କାର୍ଯ୍ୟରେ ସରପଞ୍ଚଙ୍କ ସହ ବରିହା ପଡ଼ାବାସୀ ସହଯୋଗ କରିଥିବା ବେଳେ ‌ସ୍ବେଚ୍ଛାସେବୀ ରାଜେଶ ସାହୁ, ନୃପରାଜ ସାହୁ, ଇନ୍ଦ୍ରଜିତ ପାତ୍ର, ଜଗନ୍ନାଥ ସାହୁ, ଫଗୁନୁ ସାହୁ ପ୍ରମୁଖ ସାମିଲ ଥିଲେ । ସରପଞ୍ଚଙ୍କ ଏପରି ଉଦ୍ୟମକୁ ପଡ଼ାବାସୀ ତଥା ଜନ ସାଧାରଣ ବହୁତ ମାତ୍ରାରେ ପ୍ରଶଂସା କରିବା ସହ ଆଗାମୀ ଦିନରେ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ବରିକେଲ ପଞ୍ଚାୟତ ଜନସାଧାରଣ ଆଶା ବାନ୍ଧିଛନ୍ତି ।

pc pk
Leave A Reply

Your email address will not be published.