jayashree

ଦୀପାବଳି ପୂର୍ବରୁ ପିତୃପୁରୁଷଙ୍କ ସ୍ମୃତିରେ ଛତ୍ରପୁର ଶ୍ମଶାନ ସଫେଇ

• ଛତ୍ରପୁର ଶ୍ମଶାନ ସ୍ଥଳରେ ଆଲୋକ ଓ ପାନୀୟ ଜଳର ସୁବନ୍ଦୋବସ୍ତ କରିବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ଜାତସ୍ୟ ମୃତ୍ୟୁ ଧ୍ରୁବ ସତ୍ୟ ।” ତେଣୁ କାହାର ବି ମୃତ୍ୟୁ ଘଟିଲେ, ସେହି ସମୟରେ ସମସ୍ତେ ଅପରିଷ୍କାର ତଥା ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇପଡିଥିବା ଗାଁ ମଶାଣୀକୁ ହିଁ ମନେ ପକାଇଥାନ୍ତି । ତେଣୁ ଛତ୍ରପୁର ଶ୍ମଶାନ ସ୍ଥଳ ପରିସର କିପରି ପରିଷ୍କାର ରହିବ, ସେ କଥା ଛତ୍ରପୁରର ଯୁବ-ସମାଜସେବୀ ଏନ. ଗିରିଧର ରାଓ ଓ ଏସ.ଡ଼ି.ଜେ.ଏମ୍. କୋର୍ଟର କ୍ୟାଡ଼ର ଏ.ପି.ପି. ରାଜେଶ କୁମାର ମିଶ୍ର ଚିନ୍ତା କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ । ଏହି କ୍ରମରେ ଦୀପାବଳିର ଅବ୍ୟବହିତ ପୂର୍ବରୁ, ପୂର୍ବ ପୁରୁଷଙ୍କ ସ୍ମୃତିରେ ପାଲିଆ ଛତ୍ରପୁର ସ୍ଥିତ ଶ୍ମଶାନରେ ସକାଳ ୬.୩୦ ମିନିଟରୁ ସଫେଇ କାର୍ଯ୍ୟକ୍ରମ ପୂର୍ବାହ୍ନରୁ ଆରମ୍ଭ ହୋଇଥିଲା । ସର୍ବପ୍ରଥମେ ଆଦର୍ଶ ବିଷୋୟୀଙ୍କ ନେତୃତ୍ୱରେ ବୀରହନୁମାନ କ୍ଲବର ସଦସ୍ୟମାନଙ୍କ ଦ୍ୱାରା ଦିନ ୯ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଶ୍ମଶାନ ମଧ୍ୟରେ ଥିବା ଅନାବନା ଗଛଲତା ସଫା କରାଯାଇଥିଲା । ପରେ ଏନ୍. ଗିରିଧର ରାଓ ଓ ଏ.ପି.ପି. ରାଜେଶ କୁମାର ମିଶ୍ରଙ୍କ ଦ୍ୱାରା ଦିନ ୯ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଶ୍ମଶାନ ପରିସର ଝାଡୁ ମରାଯାଇ ପରିଷ୍କାର କରାଯାଇଥିଲା । ଶୁକ୍ରବାର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଏସ୍‌. ରାମକୃଷ୍ଣ ରେଡ୍ଡୀ, ପ୍ରଶନ୍ନ ପାତ୍ର, ବିକ୍ରମ ବେହେରା, କେଶବ ରାଓ, ତ୍ରିପତି ବେହେରା, ମନୋଜ ପାତ୍ର, ବଳିଆ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ମଶାଣିରେ ଯଥେଷ୍ଟ ଆଲୋକ ଅଭାବ ରହୁଥିବାରୁ ତଥା ଏଠାରେ ଜଳର ସୂଚାରୁ ବ୍ୟବସ୍ଥା ନଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.