centurian jitm

ଜେନିଥ ବିଜ୍ଞାନ କଲେଜରେ ଶତ ପ୍ରତିଶତ ସଫଳତା

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଝାକରପାଲି ସ୍ଥିତ ଜେନିଥ କଲେଜରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ କଲେଜକୁ ଗୌରବାନ୍ଵିତ କରିଛନ୍ତି । ଛାତ୍ର କେଦାର ଭୋଇ ୮୨% ରଖି ଉପଖଣ୍ଡ ସ୍ତରରେ ଟପ୍ପର ହୋଇଛନ୍ତି । ସୂଚନା ଅନୁସାରେ କଲେଜରେ ୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୨୫ ଜଣ ପ୍ରଥମ ସ୍ଥାନ, ୪ ଜଣ ଦ୍ଵିତୀୟ ସ୍ଥାନ ଓ ୨ ଜଣ ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ କଲେଜର ପରିଚାଳନା କମିଟି, ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.