oum

ସୋନପୁର ମହାବିଦ୍ୟାଳୟ ଓଡିଆ ବିଭାଗରେ ଛାତ୍ରୀଙ୍କ ସଫଳତା

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ନାତକ ପରୀକ୍ଷା ୨୦୨୧ରେ ସୋନପୁର ମହାବିଦ୍ୟାଳୟ ଓଡିଆ ସମ୍ମାନର ଛାତ୍ରୀ ଜ୍ୟୋତିର୍ମୟୀ ବାରିକ ନବମ ସ୍ଥାନ ହାସଲ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି । ସେ ଏହି ପରୀକ୍ଷାରେ ୮.୫ ଗ୍ରେଡ୍ ପଏଣ୍ଟ ପାଇଛନ୍ତି । ଏଥିପାଇଁ ତାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଓଡିଆ ବିଭାଗ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀ ଅଭିନନ୍ଦନ ଜଣାଇଛନ୍ତି । କୁମାରୀ ବାରିକ ଏହି ସଫଳତା ଓଡିଆ ବିଭାଗ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀ ତଥା ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ପ୍ରେରଣା, ଶିକ୍ଷାଦାନ ଓ ଦିଗ୍‌ଦର୍ଶନ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, କୁମାରୀ ବାରିକ କେବଳ ପାଠ ପଢା ନୁହେଁ, ଅନ୍ୟ ଦିଗ ମାନଙ୍କାର ଯଥା ସୃଜନଶୀଳ ଲିଖନ, ବକ୍ତୃତାରେ ମଧ୍ୟ ଅନେକ ପୁରସ୍କାର ପାଇଛନ୍ତି ।

Leave A Reply

Your email address will not be published.