oom

ବରପାଲି ମହିଳା ମହବିଦ୍ୟାଳୟର ସ୍ନାତକ ଛାତ୍ରୀଙ୍କ ସଫଳତା

jsmm

ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ଫଳାଫଳ ଘୋଷଣା ପରେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଖୁସିର ଲହରୀ ଖେଳି ଯାଇଛି । ବିଶେଷ କରି ନୂଆ ଭାବରେ ପ୍ରତିଷ୍ଠା ଲାଭ କରିଥିବା ଏହି ମହାବିଦ୍ୟାଳୟର ୫ ଜଣ ଛାତ୍ରୀ ଗତ ବର୍ଷ ବିଶ୍ୱ ବିଦ୍ୟାଳୟ ସ୍ତରରେ ନମାର୍ଜନ କରି ଖୁବ୍ ଶିଖରକୁ ଛୁଇଁ ଥିଲେ ।ସେହିପରି ଚଳିତ ବର୍ଷ ପରୀକ୍ଷ। ଫଳ ଘୋଷଣା ପରେ ସମସ୍ତଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି ହୋଇଛି । ଓଡ଼ିଆ ବିଭାଗରେ ଶୀତଳ ମେହେର(୮.୭୭) ଦ୍ଵିତୀୟ, ଅଞ୍ଜୁ ବେହେରା(୮.୭୭) ଦ୍ଵିତୀୟ, ଇତିହାସ ବିଭାଗରେ ଯଜ୍ଞସିନୀ ପଟେଲ(୮.୫୬) ଦ୍ଵିତୀୟ, ହିନ୍ଦୀ ବିଭାଗରେ ଡିଲେସ୍ୱରୀ ସେଟ୍(୮.୯୪) ତୃତୀୟ, ପ୍ରିୟଙ୍କା ବେହେରା(୮.୫୭)ନବମ ସ୍ଥାନ ଗ୍ରହଣ କରି ମହାବିଦ୍ୟାଳୟର ଗୌରବକୁ ଦ୍ଵି-ଗୁଣିତ କରିଛନ୍ତି । ଏହି ଅବସରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ। ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ କୋଭିଡ ନିୟମକୁ ମାନି କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଅଛି । ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀମାନଙ୍କ ଶୁଭାଶୀର୍ବାଦ କାମନା କରିବା ସହ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଛାତ୍ରୀମାନଙ୍କ ଉତ୍ତରୋତ୍ତର କାମନା କରିଥିଲେ । ଅଧ୍ୟାପକ ସୁନୀଲ କୁମାର ନନ୍ଦ, ସାଗର ପଧାନ, ନୀତେଶ ତାଣ୍ଡି, ଅଧ୍ୟାପିକା ଅଙ୍କିତା ବାବୁ, ନିଳିମା ନାୟକ, ଜୟଲକ୍ଷ୍ମୀ ସାହୁ, ପିଙ୍କି ବାରିକ, ଜ୍ୟୋତି ସାହୁ ଏବଂ ସହକର୍ମୀ ବୃନ୍ଦ ଶଶାଙ୍କ ଶେଖର ପଧାନ, ପ୍ରଦୀପ କୁମାର ମିଶ୍ର, ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, କାଲୁ କୁମ୍ଭାର, ଆନନ୍ଦ ବେହେରା ସହଯୋଗ କରିଥିଲେ । ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

jittmm
Leave A Reply

Your email address will not be published.