
ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରମ କୋର୍ଡ ବାତିଲ, ଦରଦାମ ନିୟନ୍ତ୍ରଣ, ରାଷ୍ଟ୍ରାୟତ ଶିଳ୍ପ କୁ ବିକ୍ରି କରିବା ବନ୍ଦ ପ୍ରଭୃତି ୧୭ ଦଫା ଦାବିରେ ଆସନ୍ତା ଜୁଲାଇ ୯ ତାରିଖ ସକାଳ ୬ ଟାରୁ ଜୁଲାଇ ୧୦ ତାରିଖ ସକାଳ ୬ଟ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ସାଧାରଣ ଧର୍ମଘଟ ଆହ୍ୱାନ କରାଯାଇଛି ବୋଲି ସେକ୍ଟର ୧୬ ସ୍ଥିତ ଶ୍ରମିକ ଭବନଠାରେ ମିଳିତ ଶ୍ରମିକ ସଂଗଠନ ଗୁଡ଼ିକ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସିଟୁ ତରଫରୁ ବିମାନ ମାଇତିଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ସିଟୁ ତରଫରୁ ବିଷ୍ଣୁ ମହାନ୍ତି, ଜାହାଙ୍ଗୀର ଅଲ୍ଲୀ, ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ପ୍ରଭାତ ପଣ୍ଡା, ଶ୍ରୀମନ୍ତ ବେହେରା, ଆଇଏନଟିୟୁସିରୁ ନିହାର ଦାସ, ଏଚଏମଏସରୁ ଶଶଧର ନାୟକ, ପ୍ରମୋଦ ଦାସ, ଏଆଇଟିୟୁସିରୁ ସଦାନନ୍ଦ ସାହୁ, ଏଆଇୟୁଟିୟୁସିରୁ ଅଜିତ ନାୟକ ଓ ବିଷ୍ଣୁ ପଣ୍ଡା, ଏଆଇସିସିଟିୟୁ ନିତ୍ୟ କିଶୋର ମହାନ୍ତି ଓ ରାଜା ମୁନ୍ନା ପ୍ରମୁଖ ଉପସ୍ଥିତ ରହି ଜୁଲାଇ ୯ ଦେଶବ୍ୟାପୀ ଧର୍ମଘଟକୁ ସୁନ୍ଦରଗଡ଼ ଓ ରାଉରକେଲାରେ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ତେବେ ଜରୁରୀ ସେବାକୁ ଧର୍ମଘଟରୁ ବାଦ୍ ଦିଆଯିବ ବୋଲି କୁହାଯାଇଛି । ଜିଲ୍ଲା ର ଇସ୍ପାତ, ଖଣି, ଠିକା, ଶିଳ୍ପ, କୋଇଲା, ନିର୍ମାଣ, ଆଶା, ଅଙ୍ଗନବାଡ଼ି, ପାଚିକା, ଗାଁ ସାଥୀ ପ୍ରଭୃତି ସ୍କିମ ଶ୍ରମିକ, ପରିବହନ ଶ୍ରମିକ, ସପସ ଏଣ୍ଡ କମର୍ସିଆଲ ଶ୍ରମିକ ସମେତ ହଜାର ହଜାର ଶ୍ରମିକ ଏଥିରେ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି । ସେହିପରି ଏହି ଧର୍ମଘଟରେ ସାମିଲ ହେବାକୁ ଜନ ସାଧାରଣ, ଛାତ୍ର, ଯୁବ, ମହିଳା, କର୍ମଚାରୀ ସକଳ ସ୍ତରର ଜନ ସାଧାରଣଙ୍କୁ ଆହ୍ୱାନ କରାଯାଇଛି ।