ଟିଟିଲାଗଡ଼ ଦେବନ୍ଧ ସାଗରର ମହିଳାମାନଙ୍କ ଗାଧୋଇବା ଘାଟ ସଫା କରାଇଲେ ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଦେବନ୍ଧ ସାଗରରେ ଥିବା ମହିଳାମାନଙ୍କ ଗାଧୋଇବା ଘାଟର ଅବସ୍ଥା ଠିକ ନଥିବା ନେଇ ୱାର୍ଡ ନମ୍ବର ୧୨, ୧୩ର ୱାର୍ଡ ମେମ୍ବରମାନଙ୍କ ପାଖରେ ଅଭିଯୋଗ ହୋଇଥିଲା । ଉଭୟ ୱାର୍ଡ ମେମ୍ବରମାନେ ପୌର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଫଳରେ ଆଜି ସକାଳୁ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲ ଟିଟିଲାଗଡ଼ ଦେବନ୍ଧ ସାଗରର ମା’ମାନଙ୍କ ଗାଧୋଇବା ଘାଟକୁ ଯାଇ ଅବ୍ୟବସ୍ଥା ଦେଖି ସେଠାରେ ଏସ୍‌ଏଚ୍‌ଜି ମହିଳା ଏବଂ ୱାର୍ଡ ନମ୍ବର ୧୨ ଓ ୧୩ର କାଉନସିଲର ମାନସ ସାହୁ ଓ ସାବିତ୍ରୀ ବାରିକଙ୍କ ଉପସ୍ଥିତିରେ ସଫେଇ କାର୍ଯ୍ୟ କରାଇଛନ୍ତି । ଏହାଦ୍ଵାରା ସେଠାରେ ଗାଧୋଉଥିବା ମହିଳାମାନେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.