centurian jitm

ବନ୍ଧଗୁଡ଼ିକ ପୁନଃଉଦ୍ଧାର ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଇଗଲ ସୋସିଏଲ ଗ୍ରୁପର ସଦସ୍ୟମାନେ

nschool

ବରଗଡ, (ମୁନ୍ନା ସାହୁ) : ସୋମବାର ବରଗଡ଼ରେ ଥିବା ବନ୍ଧଗୁଡ଼ିକ ପୁନଃଉଦ୍ଧାର ଦାବିରେ ଜିଲ୍ଲାପାଳ କାର୍ଯ୍ୟଳେୟର ଦ୍ୱାରସ୍ଥ ହେଲେ ଇଗଲ ସୋସିଏଲ ଗ୍ରୁପର ସଦସ୍ୟମାନେ । ବରଗଡ଼ ସହରରେ ଥିବା ବନ୍ଧଗୁଡ଼ିକ ବର୍ତ୍ତମାନ ବହୁତ ଖରାପ ଅବସ୍ଥାରେ ରହିଥିବା ବେଳେ ବହୁ ବନ୍ଧକୁ ଜବର ଦଖଲ କରି ପ୍ଲଟିଙ୍ଗ କରିଦେଇଛନ୍ତି କୁଚକ୍ରି ଲୋକେ ବୋଲି ଅଭିଯୋଗ ହେଉଛି । ବରଗଡ଼ ଭଟଲି ଛକରେ ଥିବା ବିଶି ବନ୍ଧରେ ବହୁ ଲୋକ ନିର୍ଭର କରୁଥିବା ବେଳେ ଏହି ବନ୍ଧକୁ କିଛି ଲୋକେ ପୋତିଦେଇ ପ୍ଲଟିଙ୍ଗ କରି ବିକ୍ରି କରି ଦେଇଛନ୍ତି । ଯାହାକୁ ନେଇ କିଭଳି ଭାବରେ ଏହି ବନ୍ଧ ବିକ୍ରି ହେଲା ବୋଲି ପ୍ରଶ୍‌ଶ୍ନ ଉଠିଥିବା ବେଳେ ଏହାର ପୁନଃରୁଦ୍ଧାର କରାଯାଉ ବୋଲି ଦାବି କରାଯାଇଛି ।

Leave A Reply

Your email address will not be published.