ରାଜଧାନୀରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ, ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର : ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ କଟକଣା ଭିତରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ପ୍ୟାରେଡର ନେତୃତ୍ୱ ନେଇଥିଲେ ଯୁବ ଆଇପିଏସ୍ ଅଧିକାରୀ ରୋହିତ ବର୍ମା । ତେବେ କଟକଣା ଯୋଗୁଁ ୧୦ କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ । ତେବେ ପରେଡରେ କୌଣସି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିନାହାନ୍ତି ।

Leave A Reply

Your email address will not be published.