
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଶାନ୍ତିପଡ଼ା ସ୍ଥିତ ଟାଇଗର୍ ୟୁଥ୍ କ୍ଲବ୍ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । କ୍ଲବ୍ର ବରିଷ୍ଠ ସଦସ୍ୟ ପାର୍ଥ, ସୁମନ୍ତ, ସୁଶାନ୍ତ, ସୁରେଶ, ବିକାଶ, ସୁଶୀଲ, ଲକ୍ଷ୍ମୀ, ମାନସ, ନାରାୟଣ, ଦେବରାଜ, ମୁନ୍ନା ପରିଚ୍ଛା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।