lika

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

gbag

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ସଂଗଠନ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ “ଅମୃତ ମହୋତ୍ସବ” ପାଳିତ ହୋଇଯାଇଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ସର୍ବୋଦୟ ଓ ଭୂଦାନ ନେତା, ସମାଜସେବୀ, ସାହିତ୍ୟିକ, ନାଟ୍ୟକାର, ଅଭିନେତା କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ସ୍ମୁତିପୀଠ ଭଇଁଷା ଠାରେ ଗତକାଲି ପାଳିତ ହୋଇଯାଇଛି । ଏହି “ଅମୃତ ମହୋତ୍ସବ”ରେ ସ୍ଥାନୀୟ ଚିକିତ୍ସାଳୟର ମୁଖ୍ୟ ଡା.ଅଶୋକ କୁମାର ମହାକୁର ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସଂଚାର କଳାକାର ବେଦଜ୍ଞ ଆଚାର୍ଯ୍ୟ କ୍ଷମାନିଧି ସାହୁ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ସଂଗଠନର ସଂପାଦକ ଲଳିତ କୁମାର ଦାସ ଉକ୍ତ “ଅମୃତ ମହୋତ୍ସବ”ର ମହତ୍ୱ ଏବଂ ଜାତୀୟତାବୋଧ ବିଷୟରେ ଆଲୋକପାତ କରିଥିଲେ । ସ୍ଥାନୀୟ କଳାକାର ଗୁରୁ ନବଦ୍ୱୀପ ଚାନ୍ଦ ବେହେରା ଜାତୀୟ ସଂଗୀତ ଗାନ କରିଥିଲେ ଓ ସ୍ଥାନୀୟ ବିଦ୍ୟାଳୟ ମାନଙ୍କର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ରକ୍ରମକୁ ପରିଚାଳନା କରିଥିଲେ ଗୁରୁ ଆଲୋକ ଦାସ ଏବଂ ଏଥିରେ ସହଯୋଗ କରିଥିଲେ ଅଧ୍ୟାପକ ଶିବ ପ୍ରସାଦ ସା, ଆଗ୍ରହ ପ୍ରକାଶ ଦାସ, ଉମେଶ ଚନ୍ଦ୍ର ମଟାରୀ, ବୈଦ୍ୟ ପୁର୍ଣ୍ଣଚନ୍ଦ୍ର ପଧାନ, ବିନାୟକ ହୋତା, ବିକାଶ ପଧାନ, ସହଦେବ ଷାଣ୍ଢ, ବସୁଦେବ ବିଶି, ରୁଦ୍ରମଣି ପଟେଲ, ନୀଳମଣି ପଟେଲ, ରକ୍ଷାକାରୀ ସାହୁ ଏବଂ ଅନ୍ୟମାନେ । ଉକ୍ତ କାର୍ଯ୍ୟକ୍ରମଟିକୁ କୋଭିଡ୍ ୧୯ ଗାଇଡ୍ ଲାଇନ୍ ଅନୁସାରେ ମାକ୍ସ ସାନିଟାଇଜର୍ ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷାକରି ପାଳିତ ହୋଇଯାଇଛି ।

babaa
Leave A Reply

Your email address will not be published.