ନୂଆଦିଲ୍ଲୀ : ଦେଶ ନିଜର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଦିଲ୍ଲୀରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଦିଲ୍ଲୀର ରାଜପଥରୁ ନେଇ ଲାଲ୍କିଲ୍ଲା ପର୍ଯ୍ୟନ୍ତ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଭିତରେ ସାଧାରଣତନ୍ତ୍ର ଦିବସ ଆରମ୍ଭ ହୋଇଯାଇଛି । ସାଧାରଣତନ୍ତ୍ର ଦିବସର ପାଳନକୁ ସ୍ୱାଧୀନତାର ଅମୃତ ମହୋତ୍ସବ ରୂପରେ ପାଳନ କରାଯାଇଥିବା ଜଣାପଡିଛି । ପତାକା-ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ପରିବେଷଣ ସହିତ ସାଧାରଣତନ୍ତ୍ର ଦିବସର ଆୟୋଜନ କରାଯାଇଥିବା ବେଳେ ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସର ସମାରୋହକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାର ମେମୋରିଆଲ ଯାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।