ସିନିଅର୍‌ ସିଟିଜେନ୍‌ ଏସୋସିଏସନ୍‌ ଟିଟିଲାଗଡର ସାଧାରଣ ସଭା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ସିନିଅର୍‌ ସିଟିଜେନ୍‌ ଏସୋସିଏସନ୍‌ ଟିଟିଲାଗଡ ପକ୍ଷରୁ ଏକ ସାଧାରଣ ସଭା ଜଲାରାମ ଲଜର କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତି ଡ.ଘନଶ୍ୟାମ ଜୈନ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଭିକାରୀ ଚରଣ ମିଶ୍ର ଓ ବରିଷ୍ଠ ଉପଦେଷ୍ଟା ସେବକ ଚରଣ ଦାଶ ମଂଚାସୀନ ଥିଲେ । ସଂପାଦକ ଶ୍ରୀ ମିଶ୍ର ସ୍ୱାଗତ ସଂଭାଷଣ ପ୍ରଦାନ କରିବା ପୂର୍ବକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ସଦସ୍ୟ ରାଜୀବ ଲୋଚନ ପାଢୀ, ରାଧାକାନ୍ତ ପାଢୀ, ବିଶ୍ବରାମ ଠାକୁର, ଜଗନ୍ନାଥ ପଣ୍ଡା, ଡ.ଗୋବର୍ଦ୍ଧନ ସାହୁ, ରତ୍ନାକର ସାହୁ, ଲକ୍ଷ୍ମୀକାନ୍ତ ମହାପାତ୍ର, ରବି କିରଣ ସ୍ୱାଇଁ, ହିମାଂଶୁ ଦାଶ ପ୍ରମୁଖ ସହରାଞ୍ଚଳର ବିଭିନ୍ନ ସମସ୍ୟା ଯଥା, ପରିମଳ, ଟ୍ରାଫିକ, ଶୋଚନୀୟ ଅବସ୍ଥାରେ ଥିବା ରାସ୍ତାଘାଟ, ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ଅନାତ୍ମୀୟ ସାମାଜିକ ସଂପର୍କ, ବରିଷ୍ଠ ନାଗରିକମାନଙ୍କ ପରିଚୟ ପତ୍ର ବଣ୍ଟନ, ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ପ୍ରତି ମାସରେ ସଦସ୍ୟମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ଓ ଏସୋସିଏସନ୍‌ ପାଇଁ ବୈଠକ ଗୃହଟିଏ ଯୋଗାଇ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରାଗଲା । ଏହି ଅବସରରେ ୧୫ ଜଣ ନୂତନ ସଭ୍ୟଙ୍କୁ ଗ୍ରହଣ କରାଗଲା । ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ଏସୋସିଏସନ୍‌ ସର୍ବଦା ଯତ୍ନଶୀଳ ରହିବ ବୋଲି ସଭାପତି ଡ.ଜୈନ ତାଙ୍କର ଅଭିଭାଷଣ ପ୍ରସଂଗରେ ଦୃଢତା ପ୍ରକାଶ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ବୃନ୍ଦାବନ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ବୈରିଗଂଜନ ମିଶ୍ର, ଘିନୁ ଆଡଯୁଆଡ, ବନମାଳୀ ଦାଶ, ଅକ୍ଷୟ କୁମାର ବେହେରା ପ୍ରମୁଖ ସଭାକାର୍ଯ୍ୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!