oum

ରାଜବୋଡ଼ାସମ୍ବର ବ୍ଲକ୍ ଖେଳସଂଘର ସାଧାରଣ ସଭା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଖେଳସଂଘର ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ବିଇଓ ଲୋକନାଥ ଭୋଇ ଓ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଖେଳ ଶିକ୍ଷକ ଧର୍ମ କୁମାର ବେହେରା ଯୋଗଦାନ କରିଥିଲେ । ସର୍ବ ପ୍ରଥମେ ଶ୍ରୀ ଗଣେଶ ଓ ମା ବାଗଦେବୀଙ୍କ ଫୋଟୋ ଚିତ୍ର ସମ୍ମୁଖରେ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇ ସଂଘ ତରଫରୁ ନିକଟରେ ଅବସର ଗ୍ରହଣ କରିଥିବା ଧର୍ମକୁମାର ବେହେରାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ନୂତନ ଭାବେ ଯୋଗଦାନ କରିଥିବା ବିଇଓ ଶ୍ରୀ ଭୋଇଙ୍କୁ ମଧ୍ୟ ସଂଘ ତରଫରୁ ଉପଢୌକନ ଦେଇ ସ୍ୱଗତ କରାଯାଇଥିଲା । ରାଜେଶ ଖମାରୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସମ୍ପାଦକ ହରେକୃଷ୍ଣ ମେହେର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ନୂତନ ଶିକ୍ଷାନୀତିରେ ଖେଳର ଭୂମିକା ସମ୍ପର୍କରେ ଆଲୋଚନା କରିଥିବା ବେଳେ ଶ୍ରୀ ବେହେରା ତାଙ୍କ ଶିକ୍ଷକ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ବିଭିନ୍ନ ଆଲୋଚନାରେ ପ୍ରଧାନ ଶିକ୍ଷକ ସୁବଳ ଭୁଏ, ତରଣିସେନ୍ ସାହୁ ଓ ଖେଳ ଶିକ୍ଷକ ସୁରେନ୍ଦ୍ର ପାଣିଗ୍ରାହୀ, ଧ୍ୟାନଚାନ୍ଦ ଲୋହାର, କ୍ଷୀରୋଦ ଦାସ, ନିଳୀମା ମହାନ୍ତି, ଚନ୍ଦ୍ରମଣି ସାହୁ, କେଶବ ସାହୁ, ଶ୍ରୀବତ୍ସରାଜ ପୁରୋହିତ ଓ ଅନ୍ୟ ଶିକ୍ଷକଗଣ ଅଂଶଗ୍ରହଣ କରିଥିଲେ । ପରିଶେଷରେ ପ୍ରମୋଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.