ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସାଧାରଣ ସଭା ସ୍ଥାନୀୟ ଶ୍ରୀନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ସମ୍ବିଧାନ ସଂଶୋଧନ ସହିତ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ମନୋନୟନ କରାଯାଇ କମିଟି ଗଠନ କରାଯାଇଛି । ନୂତନ ଭାବେ ଉପଦେଷ୍ଟା ମଣ୍ଡଳୀରେ ଶିବ ଶଙ୍କର ଖୁଆସ, ଜୟରାମ ମିଶ୍ର, ପର୍ଶୁରାମ ନେପାକ ଓ ବସନ୍ତ କୁମାର ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ କମିଟିରେ ସଭାତି ପ୍ରାଣବଲ୍ଲଭ ତ୍ରିପାଠୀ, ଉପସଭାପତି କିଶୋର କୁମାର ପୁରୋହିତ ଓ ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ, ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ସହ ସଂପାଦକ ସଂକିର୍ତ୍ତନ ତ୍ରିପାଠୀ, କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ର, ସଂଗଠନ ସମ୍ପାଦକ ସୋମନାଥ ମିଶ୍ର, ନଗର ସଭାପତି ରାକେଶ ପଣ୍ଡା ଓ ନଗର ସମ୍ପାଦକ ସର୍ଜନ ଆଚାର୍ଯ୍ୟଙ୍କ ସହିତ କାର୍ଯ୍ୟକାରୀ କମିଟିର ସଦସ୍ୟ ରୂପେ କସ୍ତୁରୀ ରଥ, ଜଗଦୀଶ ପ୍ରସାଦ ନାଥ, ଦିବାକର ହୋତା, ବିଧୁ ଭୂଷଣ ତ୍ରିପାଠୀ, ପଣ୍ଡିତ ସନ୍ତୋଷ କୁମାର ଶତପଥି, ପଣ୍ଡିତ ସୁରେନ୍ଦ୍ର କୁମାର ପାଣି, ଇଂ. କିଶୋର ମୋହନ ମିଶ୍ର, ରଞ୍ଜନ କୁମାର ତ୍ରିପାଠୀ, ନିହାରିକା ମିଶ୍ର, ଆଶୁତୋଷ ମିଶ୍ର, ସୁବାଷ ଶତପଥି, ସୁରେଶ ଚନ୍ଦ୍ର ମିଶ୍ର ଓ ଗୋକୁଳା ମିଶ୍ର (ସୁପକାର)ଙ୍କୁ ମନୋନୀତ କରାଯାଇଥିଲା । ପର୍ଶୁରାମ ବାହିନୀ ସମେତ ଅନ୍ୟ ଖାଲି ଥିବା ପଦବୀ ଗୁଡିକ ପରବର୍ତ୍ତୀ କାଳରେ ପୁରଣ କରାଯିବା ପାଇଁ ମତ ପ୍ରକାଶ ପାଇଥିଲା । ଉକ୍ତ ସାଧାରଣ ସଭାରେ ପ୍ରାୟ ଶତାଧିକ ସଦସ୍ୟ / ସଦସ୍ୟା ଉପସ୍ଥିତ ରହି ବ୍ରାହ୍ମଣ ସମାଜକୁ ସୁଦୃଢ କରିବା ପାଇଁ ସମସ୍ତେ ମିଳିତ ଭାବରେ ମତ ପ୍ରକାଶ କରିଥିଲେ । ଶେଷରେ କିଶୋର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.