oom

ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଅରବିନ୍ଦ ଅଗ୍ରୱାଲ : ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି

jsmm

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚଳନା ଦାୟିତ୍ୱ । ଉଚ୍ଚ ଶିକ୍ଷା ବିଭାଗର ସଚିବ ଦାୟିତ୍ୱ ସହ ରଥ ପରିଚାଳନା ଅତିରିକ୍ତ ଦାୟିତ୍ୱ ତୁଲାବେ ଅରବିନ୍ଦ ଅଗ୍ରୱାଲ । ସୁପରଭିଜନ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଶରଧାବାଲିରେ ତିନି ରଥ ସମ୍ମୁଖରେ ଦଳାଚକଟା ପରେ ସମ୍ପୂର୍ଣ୍ଣ ରଥଯାତ୍ରା ପରିଚାଳନା ଦାୟିତ୍ୱ ଆଇଏଏସ ଅରବିନ୍ଦ ଅଗ୍ରୱାଲଙ୍କୁ ଦିଆଯାଇଛି । ପୂର୍ବରୁ ସେ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ରଥଯାତ୍ରା ନେଇ ଅରବିନ୍ଦ ଅଗ୍ରୱାଲଙ୍କ ଅଭିଜ୍ଞତା ରହିଛି । ତେଣୁ ରାଜ୍ୟ ସରକାର ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି । ରବିବାର ଭୋରୁ ପହୁଡ଼ ଖୋଲିବା ପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ବଢ଼ିଥିଲା । ପ୍ରବଳ ଭିଡ଼ କାରଣରୁ ଲୋକଙ୍କ ମଧ୍ୟରେ ଠେଲାପେଲା ଲାଗିଥିଲା । ଧାଁ ଦୌଡ଼ ଭିତରେ ଲୋକଙ୍କ ମଧ୍ୟରେ ଦଳାଚକଟା ଲାଗିଥିଲା । ଆଉ ଏହି ଭିଡ଼ରେ ୩ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ସେହିପରି ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏହି ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି । ପରଲୋକଗତ ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ । ଏହା ସହିତ ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ବଦଳି କରାଯାଇଛି । ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ୍‌ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି । ଏହା ସହିତ ଊଉଚ ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ଦାୟିତ୍ୱରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି ।

jittmm
Leave A Reply

Your email address will not be published.