ସିରଜିନାର ସାଧାରଣ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣାଶୁଣା ସିରଜିନା ଅନୁଷ୍ଠାନ ପକ୍ଷରୁ ରବିବାର ସନ୍ତୋଷ ମହାନ୍ତିଙ୍କ ପୌରୋହିତ୍ୟରେ ମୁକ୍ତା ଲଜ୍‌ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ ସିରଜିନା ଉତ୍ସବ, ପଞ୍ଜିକରଣ ଓ ନାଟ୍ୟ ମହୋତ୍ସବ ବିଷୟରେ ଆଲୋଚନା କରାଯାଇଥିଲା । ସମ୍ବଲପୁରୀ ଭାଷାର ଉନ୍ନତି ନିମନ୍ତେ ପ୍ରତି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ସିରଜିନା ଉତ୍ସବ ଭେଉଁରିଆ ଗ୍ରାମରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ଓ ଶେଷରେ ପୌଲସ୍ତ୍ୟ ସାହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.